କ୍ୟାମ୍ପସ ନିର୍ବାଚନ ,ଆଜି ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର : ଦୀର୍ଘ ୮ବର୍ଷ ପରେ ସରଗରମ ହେଉଛି କ୍ୟାମ୍ପସ ରାଜନୀତି । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ । ସକାଳ ୧୦ଟାରୁ ଗୋଟାଏ ଭିତରେ ନାମାଙ୍କନ ଭରିବେ ପ୍ରାର୍ଥୀ । ୨ ଟାରୁ ୪ଟା ଯାଏଁ ହେବ ପ୍ରାର୍ଥୀପତ୍ର ଯାଞ୍ଚ । ସନ୍ଧ୍ୟା ୫ଟା ସୁଦ୍ଧା ବୈଧ ନାମାଙ୍କନ ତାଲିକା ପ୍ରକଶ ପାଇବ । ସେହିପରି ଆସନ୍ତାକାଲି ସକାଳ ୧୦ ଟାରୁ ୧ ଟାଏ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ନାମାଙ୍କନ ପ୍ରକ୍ରିୟା ପରେ ୧୪ ତାରିଖରେ ଅନୁଷ୍ଠିତ ହେବ ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ। ୧୫ତାରିଖରେ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ଚାଲିବ ମତଦାନ ପ୍ରକ୍ରିୟା ଏବଂ ସେହି ଦିନ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହେବ ଇ ସେହିପରି ୧୬ତାରିଖ ଦିନ ବିଜୟୀ ପ୍ରାର୍ଥୀଙ୍କ ହେବ ଶପଥ ଗ୍ରହଣ ।
ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ରାଜନୀତି ଫେରିଥିବାରୁ କ୍ଲାସ୍ ରୁମରୁ ହଷ୍ଟେଲ ସବୁଠି କୋଳାହଳ। ୧୩ ବିଶ୍ବବିଦ୍ୟାଳୟ ସମେତ ୩୨୮ଟି କଲେଜରେ ପ୍ରତ୍ୟକ୍ଷ ଭୋଟିଂ ହେଉଥିବାବେଳେ ୨୦୫ ଶିକ୍ଷାନୁଷ୍ଠାନରେ ହେଉଛି ସିଲେକସନ।
ସେପଟେ, ସମ୍ବେଦନଶୀଳ ଘଟଣା ପାଇଁ ଭଦ୍ରକ ରେ ୨ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି । ନିର୍ବାଚନବାତିଲ ହୋଇଥିବା ମହାବିଦ୍ୟାଳୟ ଗୋଟିଏ ହେଲା ଭଦ୍ରକ ମହାବିଦ୍ୟାଳୟ। ଅନ୍ୟଟି ହେଉଛି ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ । ଦୁଇଟି ମହାବିଦ୍ୟାଳୟର ନିର୍ବାଚନକୁ ବାତିଲକୁ ନେଇ ସେଠାରେ ଛାତ୍ର ଅଶାନ୍ତି ଦେଖାଦେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।