ସ୍କେଟିଂ କରି ବିଶ୍ବ ରେକର୍ଡ

Oct 17, 2026 - 15:11
ସ୍କେଟିଂ କରି ବିଶ୍ବ ରେକର୍ଡ

 

ସ୍ପେନର ୨୭ ବର୍ଷୀୟ ସ୍କେଟବୋର୍ଡର ଡିଏଗୋ ପୋନସେଲେ କାନାଡ଼ାର କ୍ୱେବେକ୍‌ଠାରେ ଘଣ୍ଟାପ୍ରତି ୧୫୧.୮୩ କିଲୋମିଟର ବେଗ ହାସଲ କରି ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେଠାରେ ପ୍ରାୟ ନଅ ବର୍ଷ ଧରି ରହିଥିବା ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ଅଧିକ ଗତିରେ ବାୟୁ ଚାପ ସମ୍ପର୍କରେ ଜାଣିବା ପାଇଁ ସେ ସ୍ୱିଜରଲ୍ୟାଣ୍ଡର ଜେନିଭା ସ୍ଥିତ ଏକ ୱିଣ୍ଡ ଟନେଲରେ ଅଭ୍ୟାସ କରିଥିଲେ । ସେହିଭଳି ବାୟୁ ପ୍ରତିରୋଧକୁ ହ୍ରାସ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ପୋଷାକ, ଜୋତା ଏବଂ ଗ୍ଲୋଭ୍ସ ପିନ୍ଧି ୨୦୨୬ ମସିହା ସେପ୍ଟେମ୍ବର ୨୨ ତାରିଖରେ ସେ ଏହି ସଫଳତା ହାସଲ କରିଛନ୍ତି । ଡାଉନହିଲ୍ ସ୍କେଟବୋର୍ଡିଂରେ ଆଥଲେଟମାନେ ଅତ୍ୟନ୍ତ ଦ୍ରୁତ ଗତିରେ ରାସ୍ତାରେ ତଳକୁ ଦୌଡ଼ିଥାଆନ୍ତି, ଯେଉଁଠାରେ ସାମାନ୍ୟ ସନ୍ତୁଳନ ହରାଇବା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଅଟେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।