ଭୁଲ ମାଗିଲେ ରଣବୀର

Oct 24, 2026 - 15:38
ଭୁଲ ମାଗିଲେ ରଣବୀର

 

ପଶ୍ଚିମବଙ୍ଗର କୋଲକାତାରେ ଆୟୋଜିତ ଦଶହରା ଉତ୍ସବରେ ରଣବୀର କପୁରଙ୍କର ଏକ ବକ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଖୁବ ଟ୍ରୋଲିଂ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହାପରେ ଅଭିନେତା ରଣବୀର କପୁର ଆନୁଷ୍ଠାନିକ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି । ଚେନ୍ନାଇଠାରେ ଆଗାମୀ ଚଳଚ୍ଚିତ୍ର 'ରାମାୟଣ'ର ଏକ ମ୍ୟୁଜିକ୍ ଇଭେଣ୍ଟରେ ସେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି । "ଅଧର୍ମ ବା ପାପ ଯେତେ ଶକ୍ତିଶାଳୀ ହେଲେ ବି ଶେଷରେ ସତ୍ୟ ଓ ଧର୍ମର ଜୟ ହୁଏ" ବୋଲି ସେ କହିବାକୁ ଚାହୁଁଥିଲେ, କିନ୍ତୁ କିଛି ଅଲଗା କହିଦେଲେ। ଯାହା ସେ ଭୁଲ ବଶତଃ କରିଛନ୍ତି ବୋଲି ରଣବୀର ପ୍ରକାଶ କରିଛନ୍ତି । ନିଜର ଏହି ଭୁଲ୍ ପାଇଁ ଅସନ୍ତୋଷ ପ୍ରକାଶ କରି ସେ ଦର୍ଶକଙ୍କୁ ଭୁଲ ମାଗିଛନ୍ତି ।  ଅନ୍ୟପଟେ ରାମାୟଣ ଫିଲ୍ମର ନୂଆ ଗୀତ 'ରାବଣ ତାଣ୍ଡବ'କୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୀତଟିକୁ 'ଆଦିପୁରୁଷ'ର 'ଶିବ ତାଣ୍ଡବ' ସହ ତୁଳନା କରିବା ସହ ଆଗାମୀ ଭାଗ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଅଜୟ-ଅତୁଲଙ୍କୁ ଦାୟିତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ପୂର୍ବରୁ ପ୍ରକାଶିତ ହୋଇଥିବା ଯୁଦ୍ଧ ଓ ଭିଏଫ୍‌ଏକ୍ସ ଦୃଶ୍ୟଗୁଡ଼ିକ ହଲିଉଡ୍ ସିନେମାରୁ ଅନୁକରଣ କରାଯାଇଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି । ତେବେ ଏହି ସବୁ ଟ୍ରୋଲିଂର ପ୍ରଭାବ ଫିଲ୍ମ ଉପରେ କିଭଳି ପଡିବ ତାହାକୁ ନେଇ ଆଲୋଚନା ଜାରି ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।