ଭୂସ୍ଖଳନ ପରେ ସଫା ହେଲା ବୁରୁଖାଟ-ଗଞ୍ଜାମ ମୁଖ୍ୟ ରାସ୍ତା
ଗଞ୍ଜାମ:ବୁରୁଖାଟରୁ ଗଞ୍ଜାମ ସୀମାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଜମି ରହିଥିବା ପାହାଡ଼ିଆ ମାଟି ଓ ପଥର ଅଳିଆକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଛି। ଏହା ଫଳରେ ଏହି ରାସ୍ତାରେ ପୁଣି ଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।
ଲଗାଣ ବର୍ଷା ହେତୁ ରାସ୍ତା ଉପରକୁ ବିରାଟ ପାହାଡ଼ିଆ ଅଳିଆ ଓ ମାଟି ଧସି ଆସିବାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଜେସିବି ସାହାଯ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତା ସଫା କରିଛନ୍ତି। ବର୍ତ୍ତମାନ ଯାତାୟାତ ସୁରକ୍ଷିତ ଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।