ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

Sep 30, 2026 - 16:25
ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, କୁଣ୍ଡଳୀରେ ଏହି ଦୁଇ ଗ୍ରହଙ୍କ ମଜଭୁତ ସ୍ଥିତି ବ୍ୟକ୍ତିକୁ ପ୍ରଭାବଶାଳୀ କରିବାରେ ବଡ଼ ଭୂମିକା ଗ୍ରହଣ କରେ। ମଙ୍ଗଳଙ୍କ ମଜଭୁତ ସ୍ଥିତି ଯେଉଁଠି ବ୍ୟକ୍ତିକୁ ଊର୍ଜ୍ଜାବାନ, ର୍ନିଭୀକ ଏବଂ ସାହସୀ କରାଏ, ସେହିପରି ଦେବଗୁରୁ ବୃହସ୍ପତି ଉତ୍ତମ ଭାଗ୍ୟ ତଥା ସମୃଦ୍ଧି ପ୍ରଦାନ କରନ୍ତି। ଏହି କାରଣରୁ, ଜ୍ୟୋତିଷରେ ଏହି ଦୁଇ ଗ୍ରହଙ୍କ ଯୁତିକୁ ବିଶେଷ ମହତ୍ତ୍ୱ ଦିଆଯାଏ। ବର୍ତ୍ତମାନ ଏହି ଶକ୍ତିଶାଳୀ ଯୁତି କର୍କଟ ରାଶିରେ ସୃଷ୍ଟି ହୋଇଛି, ଯାହାକି ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ରହିବ। ଏଭଳି ସ୍ଥିତିରେ ପୂରା ଅକ୍ଟୋବର ମାସ ସାରା ଏହି ଯୁତିର ପ୍ରଭାବ କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ। ଏହି ସମୟ ମଧ୍ୟରେ କ୍ୟାରିୟରରେ ବଡ଼ ସଫଳତା ଏବଂ ପ୍ରତ୍ୟେକ କାର୍ଯ୍ୟରେ ମନମୁତାବକ ଉନ୍ନତି ମିଳିବାର ପ୍ରବଳ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ।

ବୃଷ ରାଶି

ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଙ୍ଗଳ-ଗୁରୁଙ୍କ ଯୁତି ବେଶ ଶୁଭ ସାବ୍ୟସ୍ତ ହୋଇପାରେ। ଏହି ସମୟ ମଧ୍ୟରେ ଆପଣଙ୍କୁ ନିଜ କାର୍ଯ୍ୟରେ ଇଚ୍ଛାମୁତାବକ ସଫଳତା ମିଳିବାର ପ୍ରବଳ ସମ୍ଭାବନା ରହିଛି। ଚାକିରି ଖୋଜୁଥିବା ଲୋକଙ୍କୁ ଉତ୍ତମ ସୁଯୋଗ ମିଳିପାରେ। ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମ ଓ ପ୍ରୟାସ ସଫଳ ହେବ। ଅନେକ ବିଷୟ ଆପଣଙ୍କ ସପକ୍ଷରେ ଯାଉଥିବା ଦେଖାଯିବ। ବନ୍ଧୁ ଏବଂ ପରିବାରବର୍ଗଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳିବ। ପ୍ରେମ ସମ୍ପର୍କ ଅଧିକ ସୁଦୃଢ଼ ହେବ ଏବଂ ଉଭୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଉନ୍ନତ ହେବାର ସମ୍ଭାବନା ରହିଛି। କ୍ୟାରିୟରକୁ ନେଇ ଆପଣଙ୍କ ସମସ୍ତ ପ୍ରୟାସ ସଫଳ ହେବ।

ତୁଳା ରାଶି

ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ସମ୍ପର୍କ ଏବଂ କ୍ୟାରିୟର ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଆପଣଙ୍କୁ ସମ୍ପର୍କରେ ଖୁବ ସମ୍ମାନ ମିଳିବାର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ, ଯାହା ଆପଣଙ୍କ ପାଇଁ ନୂତନ ସୁଯୋଗ ଆଣିଦେବ। ସମ୍ପତ୍ତି କିମ୍ୱା ପୂର୍ୱରୁ କରାଯାଇଥିବା ଆର୍ଥିକ ନିଷ୍ପତ୍ତି ସମ୍ୱନ୍ଧୀୟ କାର୍ଯ୍ୟରୁ ଲାଭ ମିଳିବାର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟକଳାପରେ ଭାଗ ନେବାର ସୁଯୋଗ ମିଳିବ। ଆର୍ଥିକ କ୍ଷେତ୍ରରେ ଭଲ ଖବର ମିଳିପାରେ ଏବଂ ପୁରୁଣା ନିବେଶରୁ ଲାଭ ମିଳିବାର ଯୋଗ ବନୁଛି। ମନପସନ୍ଦର ଜୀବନସାଥୀ ମିଳିବାର ଯୋଗ ରହିଛି।

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ମଙ୍ଗଳ-ଗୁରୁଙ୍କ ଯୁତି ଅନେକ ନୂତନ ସୁଯୋଗ ଆଣିପାରେ। ବିଦେଶ ସମ୍ୱନ୍ଧୀୟ କାର୍ଯ୍ୟରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି। କାମ କିମ୍ୱା ବ୍ୟବସାୟ ସୂତ୍ରରେ ବିଦେଶ ସହ ଯୋଡ଼ି ହେବାର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀମାନେ ନିଜ ପରିଶ୍ରମ ଓ ଚେଷ୍ଟାର ଉଚିତ ଫଳ ପାଇବେ ଏବଂ ପାଠପଢ଼ାରେ ଉତ୍ତମ ଫଳାଫଳ ମିଳିବାର ଯୋଗ ରହିଛି। ଏହି ସମୟ ସୁଖ-ସୁବିଧା ସମ୍ପର୍କିତ କାର୍ଯ୍ୟ ପାଇଁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଛାତ୍ରବର୍ଗଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ଘରେ ଏବଂ ବାହାରେ କୌଣସି ବଡ଼ ଖୁସି ଖବର ମିଳିପାରେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।