ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା
ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍ପୋକ୍ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ନିଖୋଜ ଥିବ ଜଣାପଡିଛି।
ମାକୁଇ ଅଶାଙ୍ଗ ଏବଂ ଥାନାମ୍ବା ନାଗା ଗ୍ରାମରେ ଏହି ଆକ୍ରମଣ ଘଟିଛି। ମୃତକମାନେ ମାକୁଇ ଗ୍ରାମରୁ ନାଗା ବହୁଳ ସେନାପତି ଗ୍ରାମକୁ ଯାଉଥିବାବେଳେ ଅଚାନକ ଆକ୍ରମଣ ହୋଇଥିଲା। ଗୁଳିକାଣ୍ଡ ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ଆକ୍ରମଣ ପ୍ରତିବାଦରେ ସେନାପତିର ସବୁ ଦୋକାନବଜାର ଓ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଏକ ନାଗା ସଂଗଠନ ଡାକରା ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।