ମନ୍ଦିର ତାଲା ଖୋଲି ଦାନବାକ୍ସ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ
ଅମରପାଲି,୨୬।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସହରର ତ୍ରିବେଣୀ ଛକ ସ୍ଥିତ ଦୁର୍ଗା ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମନ୍ଦିର କମିଟି ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବ କ, ରବିବାର ରାତିରେ ପୂଜକ ମନ୍ଦିରରେ ତାଲା ପକାଇ ଘରକୁ ଆସିଥିଲେ। ପରବର୍ତ୍ତି ସମୟରେ କେତେଜଣ ଦୁର୍ବୃତ୍ତ ମନ୍ଦିର ନିକଟରେ ଥିବା ଚାବି ବ୍ୟବହାର କରି ତାଲା ଖୋଲି ଦାନବାକ୍ସ ଲୁଟି ନେଇଥିଲେ। ପରେ ଦୁବୃର୍ତ୍ତମାନେ ମନ୍ଦିରରେ ତାଲା ପକାଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସି ଦାନବାକ୍ସ ନ ଥିବା ଦେଖିବା ପରେ ମନ୍ଦିର କମିଟିକୁ ଜଣାଇଥିଲେ। ଖବର ପାଇ କମିଟି ସଦସ୍ୟମାନେ ମନ୍ଦିରରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ କରିବା ସହ ଦାନବାକ୍ସ ଲୁଯ୍ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ତଦନ୍ତ ଚଳାଇଛି। ତେବେ ଦାନବାକ୍ସରେ କେତେ ଟଙ୍କା ଥିଲା, ତାହା ଜଣାପଡ଼ିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।