ମହାନଦୀ ଜଳ ବିବାଦ: ବୈଷୟିକ କମିଟି ଗଠନ କଲା CWC, ସେପ୍ଟେମ୍ବର ୧୭ରେ ପରବର୍ତ୍ତୀ ଶୁଣାଣି
ନନ୍ଦିଘୋଷ ବ୍ୟୁରୋ : ମହାନଦୀ ଜଳ ବଣ୍ଟନ ବିବାଦର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ଏବଂ ଛତିଶଗଡ଼ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟଗୁଡ଼ିକର ଅନୁଧ୍ୟାନ ଓ ବିଶ୍ଳେଷଣ ପାଇଁ CWC ଏକ ବିଶେଷ ବୈଷୟିକ କମିଟି ଗଠନ କରିଛି।
ଓଡ଼ିଶା ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ, ଉଭୟ ରାଜ୍ୟନନ୍ଦିଘୋଷ ବ୍ୟୁରୋ ନିଜ ନିଜର ଜଳ ଆବଶ୍ୟକତା ଓ ଦାବି ସମ୍ପର୍କିତ ବିସ୍ତୃତ ତଥ୍ୟ CWC କୁ ପ୍ରଦାନ କରିଛନ୍ତି। ଏହି କମିଟି ସେହି ତଥ୍ୟଗୁଡ଼ିକର ନିରପେକ୍ଷ ବୈଷୟିକ ଯାଞ୍ଚ କରୁଛି।
ସେପ୍ଟେମ୍ବର ୧୭ ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି। ଏହା ପୂର୍ବରୁ ବୈଷୟିକ କମିଟିର ଏହି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।
ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଆଭିମୁଖ୍ୟ, ସାରଗର୍ଭକ ଆଲୋଚନା ଏବଂ ପାରସ୍ପରିକ ବୁଝାମଣା ମାଧ୍ୟମରେ ଏହି ବହୁଦିନର ବିବାଦର ସୁଫଳ ସମାଧାନ ବାହାରିପାରିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶା ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।