ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ୮ ଟ୍ରେନ୍‌ ବାତିଲ କଲା SCoR

Oct 26, 2026 - 18:31
ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ୮ ଟ୍ରେନ୍‌ ବାତିଲ କଲା SCoR

ଭୁବନେଶ୍ୱର, ୨୬ା୧୦:  ବାତ୍ୟା ‘ଅର୍ଣ୍ଣବ’ ପାଇଁ ୮ଟି ଟ୍ରେନ ବାତିଲ କରାଯାଇଛି । ସେହିପରି ୨ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଏନେଇ ସାଉଥ୍‌ କୋଷ୍ଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ବିଶାଖାପାଟଣା-କିରଣ୍ଡୁଲ୍‌ NE ୨୯ରୁ ୪ ଯାଏ ବାତିଲ୍‌ କରାଯାଇଥିବା ବେଳେ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ସେହିପରି କୋରାପୁଟ-ବିଶାଖାପାଟଣା ପାସେଞ୍ଜର ୨୮ରୁ ୩୧ ପର୍ଯ୍ୟନ୍ତ, ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ୩୦-୩୧, ବିଶାଖାପାଟଣା-କିରଣ୍ଡୁଲ୍‌ ପାସେଞ୍ଜର ୨୭ରୁ ୩୦ ବାତିଲ କରାଯାଇଛି । ନ୍ୟପଟେ ହୀରାଖଣ୍ଡ ଏକ୍ସପ୍ରେସ ୨୭ରୁ ୩୦ ରାୟଗଡ଼ା ପର୍ଯ୍ୟନ୍ତ ଯିବ । ହୀରାଖଣ୍ଡ ଏକ୍ସପ୍ରେସ୍ ୨୮ରୁ ୩୧ ରାୟଗଡ଼ା ପର୍ଯ୍ୟନ୍ତ ଆସିବ ।

ପ୍ରକାଶଥାଉକି, ମାଡି ଆସୁଛି ବାତ୍ୟା ଅର୍ଣ୍ଣବ । ଗୋପାଳପୁରଠାରୁ ୫୫୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୧୩ କିମି ବେଗରେ ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ରାତି ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୨୮ ତାରିଖ ପୂର୍ବାହ୍ନରେ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚତ୍ବା ସହିତ ଅତି ଭୀଷଣ ବାତ୍ୟା ଭାବେ ବାପଟ୍‌ଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ଉପକୂଳ ଅତିକ୍ରମ କରିବ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।