ମିଡ଼ ଟର୍ମ ନିର୍ବାଚନ ଟ୍ରମ୍ପଙ୍କ ହାତରୁ ଖସିଲା ସିନେଟ, ଡେମୋକ୍ରାଟିକ ପାର୍ଟିକୁ ବହୁମତ

Nov 04, 2026 - 11:44
ମିଡ଼ ଟର୍ମ ନିର୍ବାଚନ ଟ୍ରମ୍ପଙ୍କ ହାତରୁ ଖସିଲା ସିନେଟ, ଡେମୋକ୍ରାଟିକ ପାର୍ଟିକୁ ବହୁମତ

ୱାସିଂଟନ : ମିଡ୍ ଟର୍ମ ନିର୍ବାଚନରେ ଟ୍ରମ୍ପନକୁ ଜୋରଦାର ଝଟକା । ହାରିଲା ରିପବ୍ଲିକାନ୍ ପାର୍ଟି । ୧୦୦ ଆସନ ବିଶିଷ୍ଟ ସିନେଟ ରୁ ୫୧ଆସନ ହାତେଇ ଡେମୋକ୍ରାଟିକ ପାର୍ଟିକୁ ବହୁମତ । ଆମେରିକାରେ ଚାଲୁଥିବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିକୁ ନିରାଶ ହେବାକୁ ପଡିଛି । ବର୍ତ୍ତମାନ ସିନେଟରେ ରିପବ୍ଲିକାନ ସଦସ୍ୟଙ୍କ ସଂଖ୍ୟା ୫୩ ଥିବାବେଳେ ଡେମୋକ୍ରାଟିକ ଦଳର ସଂଖ୍ୟା ରହିଛି ୪୫। ୨ ଜଣ ସ୍ବାଧୀନ ସଦସ୍ୟ ରହିଛନ୍ତି । ସେହିପରି ପ୍ରତିନିଧି ସଭାର ମୋଟ ଆସନ ରହିଛି ୪୩୫ । ରିପବ୍ଲିକାନ ସଦସ୍ୟଙ୍କ ସଂଖ୍ୟା ୨୧୮ ଥିବାବେଳେ ଡେମୋକ୍ରାଟଙ୍କ ସଂଖ୍ୟା ରହିଛି ୨୧୪ ।

ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ସିନେଟରେ ବହୁମତ ହାସଲ କରିଛି ଏବଂ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ମଧ୍ୟ ଏହାର ନେତୃତ୍ୱ ବଜାୟ ରଖିଛି । ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ୪୩୫ଟି ଆସନ ଏବଂ ସିନେଟ୍ ର ୧୦୦ଟି ଆସନ ମଧ୍ୟରୁ ୩୫ଟି ଆସନ ପାଇଁ ହୋଇଛି ମତଦାନ । 

ସେପଟେ ଆଜି ୩୬ଟି ପ୍ରଜାତନ୍ତ୍ରର ଗଭର୍ଣ୍ଣର ନିର୍ବାଚନ ଫଳାଫଳ ବି ଆସିବାରେ ଲାଗିଛି। ମାରିଲାଣ୍ଡରୁ ଗଭର୍ଣ୍ଣର ଭାବେ ଡେମୋକ୍ରାଟ ୱେସ ମୁରେ ବିଜୟୀ ହୋଇଛନ୍ତି। ଓହିଓ ଆସନରୁ ପରାସ୍ତ ହୋଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ବିବେକ ରାମସ୍ବାମୀ। ପ୍ରତିନିଧି ସଭା ନିର୍ବାଚନରେ ଫ୍ଲୋରିଡାର ଚତୁର୍ଦ୍ଦଶ ଡିଷ୍ଟ୍ରିକ୍ଟରୁ ବିଜୟୀ ହୋଇଛନ୍ତି ଡେମୋକ୍ରାଟ କାଥି କାଷ୍ଟର । ଫ୍ଲୋରିଡାର ୨୫ତମ ଡିଷ୍ଟ୍ରିକ୍ଟରୁ ବିଜୟୀ ହୋଇଛନ୍ତି ଡେମୋକ୍ରାଟ ଜାରେଦ ମୋସ୍କୋୱିଜ।

ଦେଶରେ ଶକ୍ତି ସଙ୍କଟ, ତୈଳ ଦର ବୃଦ୍ଧି, ମୁଦ୍ରାସ୍ଫୀତି ଆଦି ସମସ୍ୟା ପାଲଟିଛି ମୁଖ୍ୟ ପ୍ରସଙ୍ଗ। ସେହିପରି ଜନଜୀବନ ସମସ୍ୟାକୁ ବି ପ୍ରାଥମିକତା ଦେଇଛନ୍ତି ଭୋଟର। 

 ସୂଚନାନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାରେ, ରାଷ୍ଟ୍ରପତିଙ୍କ ଚାରି ବର୍ଷିଆ କାର୍ଯ୍ୟକାଳର ଠିକ୍ ମଧ୍ୟଭାଗରେ ଅର୍ଥାତ୍ ଦୁଇ ବର୍ଷ ବିତିଯିବା ପରେ ମଧ୍ୟବର୍ତ୍ତୀ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏହି ନିର୍ବାଚନରେ ​​ରାଷ୍ଟ୍ରପତି କିମ୍ବା ଉପ-ରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଦିଆଯାଏ ନାହିଁ, ବରଂ, ଏଥିରେ ଆମେରିକାର ବିଧାୟିକା ବା ‘କଂଗ୍ରେସ’ର ଉଭୟ ସଦନର ଆସନ ପାଇଁ ଏବଂ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ପଦ ପାଇଁ ଭୋଟ୍ ଗ୍ରହଣ କରାଯାଇଥାଏ। ଗତ ୫୦ ବର୍ଷ ମଧ୍ୟରେ କେବଳ ଦୁଇଥର ସମାନ ନିର୍ବାଚନରେ ଦୁଇ ଗୃହ ମଧ୍ୟରେ ନିୟନ୍ତ୍ରଣ ପରିବର୍ତ୍ତନ ହୋଇଛି । ପ୍ରାୟ ୯ ମାସ ପୂର୍ବେ ଆମେରିକାର ରାଷ୍ଟ୍ରପତି ଇରାନର ରାଜଧାନୀ ତେହେରାନରେ ଶାସନ ପରିବର୍ତ୍ତନର ସ୍ୱପ୍ନ ଦେଖୁଥିଲେ । ସେହି ଇଚ୍ଛାରେ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସେହି ଯୁଦ୍ଧ ଆମେରିକା ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଚୂର୍ଣ୍ଣ କରିଦେଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।