ମୁହଁ ଖୋଲିଲେ ଡିକେ ଶିବକୁମାର ! କହିଲେ, ରାହୁଲ ଗାନ୍ଧୀ ମୋର ଅପମାନ….
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ‘‘ମାର୍ଚ୍ଚ ଫର୍ ଡେମୋକ୍ରାସି’’ ସମୟରେ ରାହୁଲ ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏକ ଭିଡିଓ ଏବେ ରାଜନୈତିକ ବିତର୍କ ସୃଷ୍ଟି କରିଛି । ଏହି ଭିଡିଓକୁ ନେଇ ରାହୁଲ ଗାନ୍ଧୀ ଡିକେ ଶିବକୁମାରଙ୍କୁ ଅପାମନିତ କରିଥିବା ଅଭିଯୋଗ କରିଛି ବିଜେପି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବେ ନିଜେ ଏହି ବିବାଦର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ କେବଳ ତାଙ୍କ ସୁରକ୍ଷା ବିଷୟରେ ଚିନ୍ତା କରି ପ୍ରତିବାଦ ସମୟରେ ତାଙ୍କ ଗାଡିକୁ ଫେରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଏହି ପ୍ରସଙ୍ଗକୁ ଅଯଥା ରାଜନୀତିକରଣ କରାଯାଉଛି ।
ଦିଲ୍ଲୀରେ ‘‘ମାର୍ଚ୍ଚ ଫର୍ ଡେମୋକ୍ରାସି’’ ସମୟରେ ରାହୁଲ ଗାନ୍ଧୀ ତାଙ୍କୁ ଅପମାନିତ କରିଥିବା ଅଭିଯୋଗକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଖଣ୍ଡନ କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରୟା ଦେଇ ଶିବକୁମାର କହିଛନ୍ତି ଯେ, ରାହୁଲ ଗାନ୍ଧୀ ହେଉଛନ୍ତି ସେହି ନେତା, ଯିଏ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ପାଖରେ ଅପାର ମାନବୀୟ କରୁଣା ଏବଂ ଶକ୍ତି ଅଛି । ସେ କେବଳ ମୋତେ ବସ୍ ରେ ବସିବାକୁ କହିଥିଲେ । ହେଲେ ବିଜେପି ଏହି ଛୋଟ ପ୍ରସଙ୍ଗକୁ ରାଜନୈତିକ ବିବାଦରେ ପରିଣତ କରିବାକୁ ଚେଷ୍ଟା କରୁଛି ।
କହିରଖୁଛୁ ଯେ, ବିଜେପି ବିଭିନ୍ନ ରାଜ୍ୟରେ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରିଛି । ଯେଉଁଥିରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ରାଲି ସମୟରେ ଡିକେ ଶିବକୁମାରଙ୍କ କୁର୍ତ୍ତା ଟାଣି ତାଙ୍କୁ ଭିଡ ଭିତରକୁ ଠେଲି ଦେଇଥିଲେ । ଯାହାକୁ କେବଳ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ରାଜ୍ୟବାସୀଙ୍କ ପ୍ରତି ମଧ୍ୟ ଅପମାନ ବୋଲି ଅଭିଯୋଗ କରିଛି ବିଜେପି । ଏହି ବିବାଦ ମୁଣ୍ଡ ଟେକିବା ପରେ ଡିକେ ଶିବକୁମାର ଅକ୍ଟୋବର ୧୩ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହାର ଏକ ବିସ୍ତୃତ ବିବୃତ୍ତି ଜାରି କରିଥିଲେ । ସେ ଲେଖିଥିଲେ ଯେ, ଗଣତନ୍ତ୍ର ଏବଂ ଭୋଟ୍ ଅଧିକାରକୁ ସୁରକ୍ଷା ଦେବା ପାଇଁ ଆୟୋଜିତ ପ୍ରତିବାଦରେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିଥିଲେ । ସେହି ସମୟରେ ତାଙ୍କ ସୁରକ୍ଷା ପାଇଁ ଚିନ୍ତିତ ରାହୁଲ ଗାନ୍ଧୀ ତାଙ୍କୁ ତାଙ୍କ ଗାଡିକୁ ଫେରିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଶିବକୁମାର କହିଥଲେ, ‘‘ ଆମର ଲଢେଇ ଗତଣନ୍ତ୍ର ପାଇଁ, ଧ୍ୟାନ ହଟାଇବା ପାଇଁ ନୁହେଁ । ଆମର ସମ୍ପର୍କ ବିଶ୍ବାସ , ସ୍ନେହ ଏବଂ ପାରିବାରିକ ଭାବନା ଉପରେ ଆଧାରିତ । ଏକ ୧୦ ସେକେଣ୍ଡର ଭିଡିଓ ପୂରା କାହାଣୀ କହିପାରିବ ନାହିଁ ।’’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।