ରାଉରକେଲା ଷ୍ଟେସନରେ ଟିକେଟ୍‌ ଦଲାଲି, ଜଣେ ଗିରଫ

Sep 29, 2026 - 19:00
ରାଉରକେଲା ଷ୍ଟେସନରେ ଟିକେଟ୍‌ ଦଲାଲି, ଜଣେ ଗିରଫ

ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ରେଲୱେ ଷ୍ଟେସନରେ ଯାତ୍ରୀଙ୍କୁ ଟିକଟ ମିଳୁନଥିବା ବେଳେ ଦଲାଲଙ୍କ କବଜାକୁ ଟ୍ରେନ ଟିକେଟ ଯାଉଥିବା ଅଭିଯୋଗ ହେଉଛି । ଟ୍ରେନ ଟିକେଟ ଦଲାଲି କରୁଥିବା ଅଭିଯୋଗରେ ଜଣେ ଟିକଟ ଦଲାଲଙ୍କୁ ଗିରଫ କରିଛି RPF । ସାଧାରଣ ଯାତ୍ରୀମାନଙ୍କୁ କନଫର୍ମ ଟ୍ରେନ ଟିକେଟ ମିଳୁନଥିବା ବେଳେ ଦଲାଲଙ୍କୁ କିପରି ଟ୍ରେନ ଟିକେଟ ମିଳି ଯାଉଛି ସେନେଇ RPF ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ରାଉରକେଲା ସହରରେ ଅନେକ ଦଲାଲ ରେଲୱେ ବିଭାଗର କିଛି କର୍ମଚାରୀଙ୍କ ସହଯୋଗରେ ଅଧିକ ଟଙ୍କା ନେଇ କନଫର୍ମ ଟିକେଟ କରି ଦେଉଥିବାରୁ ସମସ୍ତ ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ରାଉରକେଲା ରେଲୱେ ଷ୍ଟେସନ ସହିତ ଚକ୍ରଧରପୁର ରେଲୱେ ଡିଭିଜନରେ ରେଲୱେ ଟିକେଟ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ସହଯୋଗରେ ଦଲାଲମାନେ ଟ୍ରେନ ଟିକେଟ ହାତେଇଵାରେ ସକ୍ଷମ ହେଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଅଧିକ ଟଙ୍କା ନେଇ ତତ୍କାଳ ଟ୍ରେନ ଟିକେଟ କରୁଥିବା ସମୟରେ RPF ଗିରଫ କରିଥିବା ଗିରଫ ହେଵା ପରେ ତରୁଣ କୁମାର ଉପାଧ୍ୟାୟ ସ୍ଵିକାର କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।