ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

Aug 28, 2026 - 21:21
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗ୍‌ଭୀ ଯୋଗଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍‌ ତଦାରଖ ଦୃଷ୍ଟିରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କ୍ରୀଡ଼ାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

ଦୁଇ ଦଶନ୍ଧି ପରେ ଭାରତରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେବାକୁ ଯାଉଛି। ଏହା ପୂର୍ବରୁ ଦେଶର ପ୍ରଥମ ଥର ୨୦୧୦ରେ ଦିଲ୍ଲୀରେ ଏହି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଅହମଦାବାଦ ଆହୁରି ୨୦୩୬ ଅଲିମ୍ପିକ ଗେମ୍ସ ଆୟୋଜନ ଦୌଡ଼ରେ ରହିଛି।

ଭାରତ ବର୍ତ୍ତମାନ ଆୟୋଜନ ପ୍ରକ୍ରିୟାର ନିରନ୍ତର ଆଲୋଚନା ପର୍ଯ୍ୟାୟରେ ଅଛି। ଏହି ସବୁ ଇଭେଣ୍ଟ ପୂର୍ବରୁ ଅହମଦାବାଦରେ ପ୍ରଥମ ମଲ୍ଟି ସ୍ପୋଟର୍‌ସ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତା ଓ୍ବାଲର୍‌ଡ ପୋଲିସ ଓ ଫାୟାର ଗେମ୍ସ ଆୟୋଜିତ ହେବ।

ମେଗା ଇଭେଣ୍ଟରେ ୭୦ ଦେଶରୁ ୧୦,୦୦୦ ଆଥଲେଟ ଅଂଶଗ୍ରହଣ କରିବେ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ତାଙ୍କର ଏକ ପୋଷ୍ଟରେ କହିଛନ୍ତି ଯେ, ମୋଦି ସରକାର ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରି ଭାରତକୁ ଏକ ଗ୍ଲୋବାଲ ଡେଷ୍ଟିନେଶନରେ ପରିଣତ କରିବାରେ ଦୃଢ଼ ପ୍ରତିବଦ୍ଧ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।