ଛତିଆ ଅଂଚଳରେ ପୁଲିସ ଚଢ଼ାଉ କରି ୫୦ କିଲୋଗ୍ରାମ୍‌ରୁ ଊର୍ଦ୍ଧ୍ବ ନକଲି ଜର୍ଦ୍ଦା ଜବତ

Sep 21, 2026 - 18:57
ଛତିଆ ଅଂଚଳରେ ପୁଲିସ ଚଢ଼ାଉ କରି ୫୦ କିଲୋଗ୍ରାମ୍‌ରୁ ଊର୍ଦ୍ଧ୍ବ ନକଲି ଜର୍ଦ୍ଦା ଜବତ

ବଡ଼ଚଣା: ଛତିଆ ଅଂଚଳରେ ପୁଲିସ ଚଢ଼ାଉ କରି ୫୦ କିଲୋଗ୍ରାମ୍‌ରୁ ଊର୍ଦ୍ଧ୍ବ ନକଲି ଜର୍ଦ୍ଦା ଜବତ କରିଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି।
ସୂଚନା ମୁତାବକ ଗତକାଲି (ଶୁକ୍ରବାର) ଅପରାହ୍ନରେ ବୈରୀ ଥାନା ଅଧୀନ ନେଳିଆ ପଂଚାୟତ ବିଦ୍ୟାଧରପୁର ଗାଁର ଆଲୋକ କୁମାର ନାୟକ(୩୬) ନିଜ ସ୍କଟିରେ ନକଲି ଜର୍ଦ୍ଦା ନେଇ ବିକ୍ରି କରିବାକୁ ଛତିଆ ବଜ଼ାର ଯାଉଥିଲେ। ଗୁଇନ୍ଦା ସୂଚନା ପାଇ ଛତିଆ ଫାଣ୍ଡି ଅଧିକାରୀ ସରୋଜ କୁମାର ବେହେରା ସଦଳବଳେ ରାସ୍ତାରେ ଯାଞ୍ଚ କରିଥିଲେ। ତାଙ୍କ ପାଖରୁ ୧୦୦ ପକେଟ ନକଲି ଜର୍ଦ୍ଦା ଯାହାର ଓଜନ ପ୍ରାୟ ୫୦ କିଗ୍ରା ମିଳିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।