ରାଜ୍ୟରେ ୨୯ ହଜାର ଟନ୍‌ ସାର ମହଜୁଦ ଅଛି - ମନ୍ତ୍ରୀ

Aug 10, 2026 - 15:50
ରାଜ୍ୟରେ ୨୯ ହଜାର ଟନ୍‌ ସାର ମହଜୁଦ ଅଛି - ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସାରକୁ ନେଇ ଚାଷୀଙ୍କ ଚିନ୍ତା ଭିତରେ ସରକାରଙ୍କ ପକ୍ଷରୁ ଆସିଛି ବଡ଼ ସୂଚନା । ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍‌ ସାର ମହଜୁଦ ରହିଛି । ସେଥିରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍‌ ସାର ପ୍ୟାକ୍ସ ବା PACSକୁ ଯୋଗାଇ ଦିଆଯାଇଛି । ସେହିପରି ୧୪୨୬ ଟନ୍‌ ସାର ଡିଲରମାନଙ୍କୁ ଦିଆଯାଇଥିବା ବେଳେ ଏବେ ରାଜ୍ୟରେ ପ୍ରାୟ ୨୯ ହଜାର ଟନ୍‌ ସାର ଷ୍ଟକ ରହିଛି ।

ସାରର କଳାବଜାରୀ ଓ ନକଲି ସାର ବିକ୍ରି ରୋକିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ ସହ କଳାବଜାରୀ ଉପରେ ନଜର ରଖାଯାଉଛି । ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି । କଳାବଜାରୀ କିମ୍ବା ନକଲି ସାର ବିକ୍ରି ଧରାପଡ଼ିଲେ ସମ୍ପୃକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।