ରାସ୍ତାରେ ଗଛ ପଡି ଯାତାୟତ ବାଧାପ୍ରାପ୍ତ

Sep 22, 2026 - 22:08
ମୋହନା: ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ଗ୍ରାମ ନିକଟ ଜାତୀୟ ରାଜପଥ ୩୨୬ (ଏ) ଉପରେ ଏକ ବିରାଟକାୟ ଗଛ ପଡି ଯିବାରୁ ମୋହନା – ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗାଡ଼ି ମଟର ଯାତାୟାତ କରିବାରେ ବାଧାପ୍ରାପ୍ତ ହୋଇଛି । ଘଣ୍ଟା ଘଣ୍ଟା ଧରି ଉଭୟ ପାର୍ଶ୍ଵର ଗାଡ଼ି ଅଟକି ରହିଥିଲା । ଖବର ପାଇ ମୋହନା  ଅଗ୍ନିଶମ ବାହିନୀ  ଘଟଣା ସ୍ଥଳରେ ପହଞ୍ଚି ପଡି ରହିଥିବା ଗଛକୁ କଟର ମେସିନ ଦ୍ୱାରା କାଟି ହଟାଇଥିଲେ । ଯାହା ଫଳରେ ଯାତାୟତ କରିବା ସ୍ୱାଭାବିକ ହୋଇଥିଲା |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।