ଶ୍ରୀବଣା ଗାଁରେ ପୂର୍ବତନ ବିଧାୟକଙ୍କ ସହାୟତା, ଆବାସ ଯୋଜନାରେ ଘର ଯୋଗାଇଦେବାକୁ ବିଡିଓଙ୍କ ସହ ଆଲୋଚନା

Sep 24, 2026 - 18:47
ଶ୍ରୀବଣା ଗାଁରେ ପୂର୍ବତନ ବିଧାୟକଙ୍କ ସହାୟତା, ଆବାସ ଯୋଜନାରେ ଘର ଯୋଗାଇଦେବାକୁ ବିଡିଓଙ୍କ ସହ ଆଲୋଚନା

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବଣା ଗ୍ରାମର ଡ଼ି ଦୁର୍ଯ୍ୟଧନ ପାତ୍ରଙ୍କର ନିଜସ୍ୱ ଘର ନଥିବାରୁ ଗାଁ ଶେଷରେ ଟିଣ ପକାଇ କୁଡ଼ିଆରେ ରହୁଥିଲେ ପରିବାର । ତେବେ ଖବର ପାଇବା ପରେ ଛତ୍ରପୁର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉକ୍ତ ଗ୍ରାମକୁ ଯାଇ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହ ପକ୍କା ଘର ନଥିବା ସମସ୍ୟା ସମ୍ପର୍କରେ ଜାଣିବା ପରେ ସେ ସହାୟତାର ହାତ ବଢ଼ାଇଛନ୍ତି ।

ସରକାରଙ୍କ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବା ପାଇଁ ପୂର୍ବତନ ବିଧାୟକ ଗଞ୍ଜାମ ବିଡିଓଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ବିଡିଓଙ୍କ ଆଲୋଚନା ବେଳେ ବ୍ଲକ ଉପାଧ୍ୟାକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଜିଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ଜିଲା ପରିଷଦ ଗଗନ ସ୍ୱାଇଁ, ବ୍ଲକ ସଭାପତି ରଞ୍ଜନ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ । ପରିବାରର ପରିସ୍ଥିତି ଓ ଆବାସ ଆବଶ୍ୟକତାକୁ ବିଚାର କରି ଯୋଗ୍ୟତା ଅନୁଯାୟୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ସେ ବିଡିଓଙ୍କୁ ଅବଗତ କରିଛନ୍ତି ।

ପୂର୍ବତନ ବିଧାୟକଙ୍କ ଏହି ପଦକ୍ଷେପକୁ ନେଇ ସ୍ଥାନୀୟ ଲୋକେ ଭୂୟାଁସୀ ପ୍ରଶଂସା କରିବା ସହ ଅସହାୟ ପରିବାରଟିକୁ ସରକାରୀ ଆବାସ ଯୋଜନାରେ ଶୀଘ୍ର ସାମିଲ କରାଯିବ ବୋଲି ଆଶା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏସମ୍ପର୍କରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ କହିଛନ୍ତି ଯୋଗ୍ୟତା ଭିତ୍ତିରେ ସେ ଆବାସ ଯୋଜନାରେ ଗୃହ ପାଇବା କଥା କିନ୍ତୁ କଣ ପାଇଁ ସେ ଘର ପାଇନାଁହାନ୍ତି ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।