ଷ୍ଟିଫେନ୍ ମିଲର ହ୍ୱାଇଟ୍ ହାଉସର ନୂଆ ଚିଫ୍ ଅଫ୍ ଷ୍ଟାଫ୍

Nov 08, 2026 - 12:23
ଷ୍ଟିଫେନ୍ ମିଲର ହ୍ୱାଇଟ୍ ହାଉସର ନୂଆ ଚିଫ୍ ଅଫ୍ ଷ୍ଟାଫ୍

ୱାସିଂଟନ : ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ଦଳର ଶୋଚନୀୟ ପରାଜୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି ।

ଶନିବାର ସେ ଜଣାଇଛନ୍ତି ଯେ ତାଙ୍କ ଚିଫ୍ ଅଫ୍ ଷ୍ଟାଫ୍ ସୁଜି ୱାଇଲ୍ସ ନିଜ ପଦରୁ ଓହରିଯିବେ ଏବଂ ତାଙ୍କ ସ୍ଥାନରେ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟିଫେନ୍ ମିଲର ଏହି ଦାୟିତ୍ୱ ଗ୍ରହଣ କରିବେ ।

ଆସନ୍ତା ସୋମବାର ମିଲର ନୂତନ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଟ୍ରମ୍ପ ଟ୍ରୁଥ୍ ସୋସିଆଲ୍‌ରେ ଏକ ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

Advertisment Climate change: ୨୦ ଫୁଟ ନାଳ ପାଲଟିଲା ୨ ଶହ ଫୁଟ ଓସାର!

ବିଦାୟୀ ଚିଫ୍ ଅଫ୍ ଷ୍ଟାଫ୍ ସୁଜି ୱାଇଲ୍ସ ଟ୍ରମ୍ପଙ୍କ ରାଜନୈତିକ ପରାମର୍ଶଦାତା ଗୋଷ୍ଠୀରେ ରହିବେ ଏବଂ ସେ ଟ୍ରମ୍ପଙ୍କ ରାଜନୈତିକ ବ୍ୟାପାର ଶାଖାରେ ଯୋଗଦେବେ ।

ୱାଇଲ୍ସ ୨୦୨୪ ନିର୍ବାଚନ ପରେ ଟ୍ରମ୍ପଙ୍କ ପ୍ରଥମ ନିଯୁକ୍ତି ଥିଲେ ଏବଂ ହ୍ୱାଇଟ୍ ହାଉସର ପ୍ରଥମ ମହିଳା ଚିଫ୍ ଅଫ୍ ଷ୍ଟାଫ୍ ଭାବେ ଇତିହାସ ରଚିଥିଲେ ।

ୱାଇଲ୍ସଙ୍କ ଶ୍ରେଷ୍ଠ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ୪୧ ବର୍ଷୀୟ ଷ୍ଟିଫେନ୍ ମିଲରଙ୍କୁ ନିଜର ଜଣେ ଅତ୍ୟନ୍ତ ବିଶ୍ୱସ୍ତ ପରାମର୍ଶଦାତା ଭାବେ ଟ୍ରମ୍ପ ବର୍ଣ୍ଣନା କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।