Free Laptop Scheme: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର! UG ଓ ଡିପ୍ଲୋମା ପିଲାଙ୍କୁ ମିଳିବ ମାଗଣା ଲାପଟପ୍
କଲେଜ ପିଲାଙ୍କ ପାଇଁ ସରକାର ଆଣିଲେ ଖୁସି ଖବର।
ଏବେ ସବୁ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଲାପଟପ୍।
ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା।
ଆଜିର ଡିଜିଟାଲ୍ ଯୁଗରେ ପାଠପଢ଼ା କେବଳ ବହି ଖାତାରେ ସୀମିତ ନାହିଁ।
ଅନଲାଇନ୍ କ୍ଲାସ୍ ହେଉ କି ନୂଆ କିଛି ଶିଖିବା, ଲାପଟପ୍ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜରୁରୀ ଉପକରଣ।
ହେଲେ ଆର୍ଥିକ ଅସୁବିଧା ଯୋଗୁଁ ଅନେକ ପିଲା ଏହା କିଣିବାକୁ ସକ୍ଷମ ହେଉନାହାନ୍ତି।
ଫଳରେ ଡିଜିଟାଲ୍ ଶିକ୍ଷାର ସୁଯୋଗରୁ ବଞ୍ଚିତ ହେଉଛନ୍ତି ଅନେକ ଛାତ୍ରଛାତ୍ରୀ।
ଏଭଳି ସମୟରେ କଲେଜ ପିଲାଙ୍କ ପାଇଁ ଆସିଛି ମାଗଣା ଲାପଟପ୍ ଯୋଜନା।
Advertisment ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ସି.
ଜୋସେଫ୍ ବିଜୟ ବେତ୍ରି ଲାପଟପ୍ ସ୍କିମ୍' ନାମକ ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି।
୨୦୨୬-୨୭ ବଜେଟ୍ରେ ଘୋଷିତ ଏହି ଯୋଜନା ପାଇଁ ୨ ହଜାର କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ମିଳିଛି।
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜର ପ୍ରଥମ ଓ ଦ୍ୱିତୀୟ ବର୍ଷର UG ଏବଂ ଡିପ୍ଲୋମା ଛାତ୍ରଛାତ୍ରୀ ଏହାର ଲାଭ ପାଇବେ।
ଆର୍ଟସ୍, ସାଇନ୍ସ, ଇଞ୍ଜିନିୟରିଂ, ପଲିଟେକ୍ନିକ୍, ITI, ମେଡିକାଲ୍, ଭେଟେରିନାରୀ, ଫିସେରିଜ୍, ଏଗ୍ରିକଲଚର ଓ ଲ' ଭଳି ପାଠ୍ୟକ୍ରମ ଏଥିରେ ସାମିଲ ହୋଇଛି।
ଏହା ସହ ୨୦୨୫-୨୬ ଶିକ୍ଷାବର୍ଷରେ ଲାପଟପ୍ ପାଇନଥିବା ତୃତୀୟ ଓ ଚତୁର୍ଥ ବର୍ଷର ପ୍ରଫେସନାଲ୍ କୋର୍ସ ଛାତ୍ରଛାତ୍ରୀ ମଧ୍ୟ ଏହି ସୁଯୋଗ ପାଇବେ।
Advertisment ଇଞ୍ଜିନିୟରିଂ ପିଲାଙ୍କୁ Intel Core i5 କିମ୍ବା ସମକକ୍ଷ ପ୍ରୋସେସର୍ ଥିବା ଲାପଟପ୍ ଦିଆଯିବ।
ଲାପଟପ୍ କିଣିବା ଦାୟିତ୍ୱ ତାମିଲନାଡୁର ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ELCOTକୁ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଯୋଜନାର ତଦାରଖ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।