୧୨ ଘଣ୍ଟାରେ ପୁଣି ଅବପାତ ସମ୍ଭାବନା !

Sep 28, 2026 - 14:23
୧୨ ଘଣ୍ଟାରେ ପୁଣି ଅବପାତ ସମ୍ଭାବନା !

ଭୁବନେଶ୍ୱର : ପୁଣି ସୃଷ୍ଟି ହେଲା ଅବପାତ । ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଏକ ସ୍ପଷ୍ଟ ଅବପାତ (Depression) ସୃଷ୍ଟି ହୋଇଛି ।  ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗ (IMD) ର ଆକଳନ ଅନୁଯାୟୀ, ଅବପାତ ଟି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ 'ଗଭୀର ଅବପାତ' ର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନ ଅବପାତଟି ମିଆଁମାରର ମାୱଲାମ୍ୟାଇନ ଠାରୁ ପ୍ରାୟ ୧୦୦ କିମି ଦକ୍ଷିଣରେ, ୟାଙ୍ଗୁନ୍ ଠାରୁ ପ୍ରାୟ ୨୦୦ କିମି ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଗଭୀର ଅବପାତରେ ପରିଣତ ହେବା ପରେ ଏହାର ପ୍ରକୃତ ଗତିପଥ ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ ସ୍ପଷ୍ଟ ହେବ।

ସେହିପରି କୋକୋ ଦ୍ୱୀପଠାରୁ ପ୍ରାୟ ୪୮୦ କିମି ପୂର୍ବ-ଉତ୍ତରପୂର୍ବ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜର ମାୟାବନ୍ଦରଠାରୁ ପ୍ରାୟ ୫୯୦ କିମି ପୂର୍ବ-ଉତ୍ତରପୂର୍ବରେ ରହିଛି । ପାଣିପାଗ ପୂର୍ବାନୁମାନ ଅନୁସାରେ, ଆଗାମୀ ୧୨ ଘଣ୍ଟା ଏହି ପାଣିପାଗ ପ୍ରଣାଳୀ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ଅବପାତ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ଏହାପରେ ଏହି ପାଣିପାଗ ପ୍ରଣାଳୀ ମିଆଁମାର ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ମଧ୍ୟରେ ଏହା ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିପାରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।