ସାଧନ କେନ୍ଦ୍ର ସ୍ତରୀୟ ସୁରଭି
ଡେରାବିଶ,୧୨/୧୦(ନି.ପ୍ର)-: ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ବାଙ୍କିମୁଣ୍ଡାଇ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ବିଶ୍ବବିଜୟ ଦାସ ସଭାପତିତ୍ବ କରିଥିବା ବେଳେ ମଣ୍ଡଳ ଶିକ୍ଷାଧିକାରୀ ମଦନ ମୋହନ କର ମୁଖ୍ୟ ଅତିଥି, ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ମଲିକ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଦେବଦତ୍ତ ଶତପଥୀ, ମଣ୍ଡଳ ସହ ଶିକ୍ଷାଧିକାରୀ ଖଗେଶ୍ୱର ନାୟକ ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସୁଶାନ୍ତ କୁମାର ପାତ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାଙ୍କୁ ବିକଶିତ କରିବା ପାଇଁ ଏହା ଏକ ସୁଯୋଗ ବୋଲି କହିଥିଲେ। ଏହି ଅବସରରେ ସାଧନ କେନ୍ଦ୍ର ଅଧିନସ୍ଥ ୯ ଗୋଟି ବିଦ୍ୟାଳୟରୁ ୧୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ୨୨ ଗୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।ଶରତ ଆଚାର୍ଯ୍ୟ, ଲଲାଟ କିଶୋର ଭୂୟାଁ, ପ୍ରଶାନ୍ତ ଶତାଧିକ,ଅଜୟ କୁମାର ଦାସ ଓ ସୁରେଶ ଚନ୍ଦ୍ର ସେଠୀ ବିଚାରକ ମଣ୍ଡଳୀ ଭାବେ ଯୋଗଦେଇଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ମଲ୍ଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଧନ କେନ୍ଦ୍ରର କର୍ମୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ନିର୍ମଳ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।