ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ

Aug 25, 2026 - 12:07
ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ

ରାଉରକେଲା : ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ହାତୀଓଡ଼ା ଗାଁରେ । ମୃତ ଭାଇର ବୟସ ୭ ଓ ଭଉଣୀର ବୟସ ୧୦ ବର୍ଷ ବୋଲି ଜଣାପଡିଛି । ଗତକାଲି ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଗୁରୁତର ହୋଇଥିଲେ ଭାଇ ଭଉଣୀ । ସେମାନଙ୍କୁ ତୁରନ୍ତ ରାଉରକେଲା RGH ମେଡିକାଲକୁ ନେଇଥିଲେ ପରିବାର ଲୋକେ ଇ କିନ୍ତୁ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।