ସିଜେପି ମୁଖ୍ୟ ଅଭିଜିତ୍‌ ଦୀପ୍‌କେଙ୍କୁ ମିଳିଲା ଜାମିନ

Oct 17, 2026 - 17:33
ସିଜେପି ମୁଖ୍ୟ ଅଭିଜିତ୍‌ ଦୀପ୍‌କେଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୭ା୧୦: କକ୍ରୋଚ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସେ ଏକ ଶାନ୍ତି ବଣ୍ଡ୍‌ରେ ସ୍ବାକ୍ଷର କରିବା ପରେ ପୋଲିସ ତାଙ୍କୁ ମୁକ୍ତ କରିଛି। ଦୀପ୍‌କେଙ୍କୁ ଦିଲ୍ଲୀର ଟେମ୍ପଲ ମାର୍ଗ ପୋଲିସ ଷ୍ଟେଶନରେ ଏସ୍‌ଇଏମ୍‌ କୋର୍ଟରେ ହାଜର କରାଯାଇଥିଲା। ‘ଲହରା ଦୋ ତିରଙ୍ଗା’ ପ୍ରତିବାଦ ପୂର୍ବରୁ ଶୁକ୍ରବାର ପୋଲିସ ଦୀପ୍‌କେଙ୍କୁ ଅଟକ ରଖିଥିଲା।

ଜାମିନ ପରେ ଦୀପ୍‌କେ ଏନସିପି ଶରଦ ପାଓ୍ବାର ମୁଖପାତ୍ର ଅନିଶ ଗାଓ୍ବାଣ୍ଡେଙ୍କ ବାସଭବନରେ ପହଞ୍ଚିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଭିଜିତ୍‌ ଏହି ସମୟରେ ଗଣମାଧ୍ୟମ ସହିତ କଥା ହୋଇ ନ ଥିଲେ। କ୍ୟାମେରା ଆଡ଼କୁ ହାତ ହଲାଇଥିବା ଦେଖାଯାଇଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।