ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

Sep 05, 2026 - 12:21
ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଦିବସ ପାଳନ କରାଯାଇଥିବା ବେଳେ ଜଣେ ବର୍ଷୀୟାନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଜନ ନାୟକଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ସହ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦେଶୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ଗୁରୁ ବନ୍ଦନା ଗାନ କରିବା ସହ ଦେଶର ପ୍ରଥମ ରାଷ୍ଟ୍ରପତି ତଥା ସର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନ୍‌ଙ୍କ ବିଷୟରେ ଆଲୋଚନା କରିଥିଲେ।

ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ ସୁନତା ପ୍ରଧାନ, କଳ୍ପନା ସେଠୀ, ମାଧୁରୀ ଡିଗାଲ ପ୍ରମୁଖ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। ସେହିପରି ଛାତ୍ରୀଛାତ୍ର ଏହି ଦିବସରେ ସମସ୍ତ ଗୁରୁଙ୍କୁ ପୂଜନ କରିଥିଲେ। ବିଶେଷ କରି ସମ୍ବର୍ଦ୍ଧିତ ହୋଇଥିବା ବାର୍ଷିୟାନ ପ୍ରଧାନ ଶିକ୍ଷକଙ୍କ ଜୀବନୀ ଓ ଶିକ୍ଷକତା ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ପ୍ରଧାନଶିକ୍ଷକ ଜଣାଇଥିଲେ। ସେହିପରି ବର୍ଷୀୟାନ ଶିକ୍ଷକଙ୍କ ସ୍ତ୍ରୀ ପବିତ୍ରା ନାୟକଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଦିବସ ପାଳନ ସମାରୋହକୁ ସହକାରୀ ଶିକ୍ଷୟତ୍ରୀ ମାଧୁରୀ ଦିଗାଲଙ୍କ ସମେତ ଅନ୍ନପୂର୍ଣ୍ଣା ପ୍ରଧାନ, ଶ୍ରୀମତୀ ପ୍ରଧାନ,ସରସ୍ବତୀ ବିଶ୍ୱାଳ, କଳ୍ପନା ସେଠୀ, ଅଞ୍ଜଳି ଦାସ,ସୁନତା ପ୍ରଧାନ ଏବଂ ସୋନାଲିସା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।