ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

Sep 05, 2026 - 09:52
ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ। ଏକ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ମୋଚିରାମ ଟୁଡୁ ରାତିରେ ଅଫିସ ରୁମ ଭିତରେ ବସିବାକୁ ଯାଇଥିଲେ। ହେଲେ ଚେୟାରରେ ବସିବା ସମୟରେ ତଳେ ଥିବା ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କାମୁଡିଥିଲା। ଯାହା ପରେ ତୁରନ୍ତ ମୋଚିରାମ ଉକ୍ତ ସାପକୁ ଧରିବା ସହିତ ମାରିଦେଇଥିଲେ। ସାପକୁ ଏକ ପଲିଥିନରେ ପୁରାଇ ତାହାକୁ ସାଇକେଲରେ ଟାଙ୍ଗି ସାପ ସହିତ ଆସି ଉଦଳା ମେଡିକାଲରେ ପହଞ୍ଚିଥିଲେ। ଯାହାକି ସାପଟିକୁ ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ଏବେ ମୋଚିରାମ ଉଦଳା ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ସାପଟି ପଲିଥିନ ଭିତରେ ସେହିଭଳି ସାଇକେଲରେ ଟଙ୍ଗା ହୋଇରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।