ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…
ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ ବ୍ଲକ ଅଧୀନ ଜମ୍ବୁ ପଞ୍ଚାୟତ ଭାଟେଣିସ୍ଥିତ ନରେନ୍ଦ୍ର ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ଜିଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଏକ ଟି-ସୁନାମୀ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟି-ସୁନାମୀ କ’ଣ, ଆସିବାର ଲକ୍ଷଣ , ଆଗୁଆ ଓ ପରେ ପ୍ରସ୍ତୁତି , ସୁରକ୍ଷା ଉପାୟ, ପରବର୍ତ୍ତୀ ସତର୍କତା ଉପରେ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଗଭୀର ସମୁଦ୍ର ନିମ୍ନ ଭୂମିରେ ଅସନ୍ତୁଳନ ହେଲେ ଭୂ-କମ୍ପ ସୃଷ୍ଟି ହୋଇ ବଡ଼ ବଡ଼ ଫାଟ ହୋଇଥାଏ ।
ଏହା ୮ ଶହରୁ ୧ ହଜାରେ କି.ମି.ପର୍ଯ୍ୟନ୍ତ ଉଚ୍ଚ ଢେଉ ମାଡିବା ସହ କୋଡିଏରୁ ତିରିଶ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୁନାମୀ ସୂଚନା ଆସିବା ୪୫ ମିନିଟ ପୂର୍ବରୁ ଟାୱାରରେ ସାଇରନ ବାଜି ଉଠିବ। ଏହା ଦୁଇ କି.ମି.ପର୍ଯ୍ୟନ୍ତ ସ୍ଥାନୀୟ ଲୋକ ମାନଙ୍କୁ ସୂଚନା ମିଳିବ, ଲୋକମାନେ ଉଚ୍ଚ ସ୍ଥାନକୁ ଯାଇପାରିବ। ଶିଶୁ, ଗର୍ଭବତୀ, ଅସହାୟ ବୃଦ୍ଧାବୃଦ୍ଧମାନଙ୍କୁ ସୁରକ୍ଷା ମିଳବା ଉପରେ ଗୁରୁତ୍ୱାରୋପ କରାଯାଇ ପାରିବ। ଫଳରେ ଶୂନ୍ୟ ସହନଶୀଳତା ବା ଜିରୋ କାଜୁଆଲିଟି ହୋଇ ପାରିବ। ସ୍ଥାନୀୟ ବିଦ୍ୟାଳୟ , ମହିଳା ଗୋଷ୍ଠୀ , ସ୍ବେଚ୍ଛସେବୀ ଅନୁଷ୍ଠାନ ଜନ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସ୍ଥାନୀୟ ଟାସ୍କ ଫୋର୍ସ ସଦସ୍ୟମାନଙ୍କ ଦ୍ୱାରା ମକ୍ ଡ୍ରିଲ କରଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭୂବିଜ୍ଞାନୀ ଡ଼ ପଦ୍ମନାଭନ୍, ଏଚ୍ଶିବ କୁମାର, ରାଜସ୍ବ ବିପର୍ଯ୍ୟସ୍ତ ପରିଚାଳନା ଅଧିକାରୀ ତ୍ରିଲୋଚନ ରାଉତ, ଜଲା ଆପଦ କାଳୀନ ଅଧିକାରୀ ନିତ୍ୟ ରଞ୍ଜନ ସାମଲ, ଅଜୟ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଡ଼ିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଜମ୍ବୁ ସରପଞ୍ଚ ବିଶ୍ୱଜିତ ବସୁ, ସ୍ବେଛାସେବୀ ଉଦୟ ବେହେରା, ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ଜରୁରୀ କାଳୀନ ଅଧିକାରୀ ଦୀପକ କୁମାର ପରିଡାଙ୍କ ସମେତ ସ୍ଥାନୀୟ ଲୋକମାନେ ସାମିଲ ହୋଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।