ସୁବ୍ରତ ବାଗଚୀଙ୍କୁ ବଡ଼ ଦାୟିତ୍ୱ , କର୍ଣ୍ଣାଟକ ସ୍କିଲ୍ ଡେଭଲପମେଣ୍ଟ ଭିଜନ୍ ଗ୍ରୁପ୍ ର ଅଧ୍ୟକ୍ଷ ନିଯୁକ୍ତ

Aug 31, 2026 - 11:36
ସୁବ୍ରତ ବାଗଚୀଙ୍କୁ ବଡ଼ ଦାୟିତ୍ୱ , କର୍ଣ୍ଣାଟକ ସ୍କିଲ୍ ଡେଭଲପମେଣ୍ଟ ଭିଜନ୍ ଗ୍ରୁପ୍ ର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : କର୍ଣ୍ଣାଟକରେ ସୁବ୍ରତ ବାଗଚୀଙ୍କୁ ବଡ଼ ଦାୟିତ୍ୱ । ସ୍କିଲ୍ ଡେଭଲପମେଣ୍ଟ ଭିଜନ୍ ଗ୍ରୁପ୍ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବାଗଚୀ । କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଓଡ଼ିଆ ଉଦ୍ୟୋଗୀ ତଥା ମାଇଣ୍ଡ ଟ୍ରିର ସହ-ପ୍ରତିଷ୍ଠାତା ସୁବ୍ରତ ବାଗଚୀଙ୍କୁ ମିଳିଛି ନୂଆ ଦାୟିତ୍ୱ। କର୍ଣ୍ଣାଟକ ସରକାରଙ୍କ ଭିଜନ ଗୃପ ଅନ ସ୍କିଲ ଡେଭେଲପମେଣ୍ଟ ର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନେଇଥିବା ନେଇ X ରେ ସୂଚନା ଦେଇଛନ୍ତି।

ନୂଆ ଦାୟିତ୍ୱକୁ ନେଇ ବାଗଚୀ ଖୁସି ପ୍ରକାଶ କରିବା ସହ ଏହାକୁ ସମ୍ମାନ ଓ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି। ଆଗାମୀ ପିଢ଼ିର ଯୁବକଯୁବତୀଙ୍କୁ ଭବିଷ୍ୟତର ନୂଆ ଦୁନିଆ ପାଇଁ ପ୍ରସ୍ତୁତ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ତାଙ୍କ ପୋଷ୍ଟରୁ ସ୍ପଷ୍ଟ ହୋଇଛି । ବାଗଚୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, “ଭବିଷ୍ୟତ ଯେପରି ସହଜରେ ଆସି ପହଞ୍ଚିପାରିବ, ସେଥିପାଇଁ ଆମେ ଭିତ୍ତିଭୂମି ପ୍ରସ୍ତୁତ କରିବୁ ।

ଏହା ଆମେ ପୂର୍ବରୁ କରିଛୁ, ପୁଣି ଥରେ କରିବୁ । ଆସନ୍ତାକାଲିର ଯୁବପିଢ଼ି ପାଇଁ କାମ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ଏକ ବିଶେଷ ସୌଭାଗ୍ୟ ବୋଲି ସେ କହିଛନ୍ତି । ଦକ୍ଷତା ବିକାଶ କ୍ଷେତ୍ରରେ ବାଗଚୀଙ୍କର ପୂର୍ବ ଅଭିଜ୍ଞତା ରହିଛି। ଏବେ କର୍ଣ୍ଣାଟକରେ ଯୁବପିଢ଼ିଙ୍କ ଦକ୍ଷତା, ନିଯୁକ୍ତି ଯୋଗ୍ୟତା ଏବଂ ଭବିଷ୍ୟତର ଶିଳ୍ପ ଓ ପ୍ରଯୁକ୍ତି ଆବଶ୍ୟକତାକୁ ନଜରରେ ରଖି ଭିଜନ ଗୃପ କିଭଳି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି, ତାହା ଉପରେ ନଜର ରହିବ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।