ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

Sep 25, 2026 - 16:26
ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ, କର୍କଟ, କନ୍ୟା ଓ ତୁଳା ରାଶିର ଲୋକଙ୍କୁ ଆର୍ଥିକ ଓ କର୍ମକ୍ଷେତ୍ରରେ ଲାଭ ମିଳିପାରେ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦିଅନ୍ତି।

ଜ୍ୟୋତିଷ ମତରେ ସୂର୍ଯ୍ୟଙ୍କୁ ମାନ-ସମ୍ମାନ, ପଦ ଓ ପ୍ରତିଷ୍ଠାର କାରକ ଗ୍ରହ ବୋଲି ମନେ କରାଯାଏ। ସେହିପରି ଶୁକ୍ରଙ୍କୁ ଧନ-ସମ୍ପତ୍ତି, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ଗ୍ରହଣ କରାଯାଏ। ତେଣୁ ଉଭୟ ଗ୍ରହଙ୍କ ଶୁଭ ପ୍ରଭାବରେ ଏହି ୪ ରାଶିର ଲୋକଙ୍କୁ ବିଶେଷ ଲାଭ ମିଳିପାରେ।

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିପାରେ। ସୂର୍ଯ୍ୟ-ଶୁକ୍ରଙ୍କ ଯୁତି ଯୋଗୁଁ କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିପାରେ। ଆର୍ଥିକ ମାମଲାରେ ସଫଳତା ମିଳିବା ସହ ପାର୍ଟନରଶିପରେ କରୁଥିବା ବ୍ୟବସାୟରୁ ମଧ୍ୟ ଲାଭ ହୋଇପାରେ।

କର୍କଟ ରାଶିର ଲୋକଙ୍କ ଜୀବନରେ ସୁଖ-ସୁବିଧା ବଢ଼ିପାରେ। ପାରିବାରିକ ଦୃଷ୍ଟିରୁ ସମୟ ଭଲ ରହିପାରେ। ଚାକିରି ଓ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିବା ସହ କର୍ମକ୍ଷେତ୍ରରେ ସଫଳତା ପାଇବାର ଯୋଗ ରହିଛି।

କନ୍ୟା ରାଶିର ଲୋକଙ୍କୁ ଆର୍ଥିକ ଲାଭ ମିଳିପାରେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ଆସିପାରେ। ବ୍ୟବସାୟୀମାନେ ବଡ଼ ଡିଲ ହାସଲ କରି ଲାଭବାନ ହୋଇପାରନ୍ତି। ଏହା ସହ ଦୀର୍ଘଦିନ ଧରି ଅଟକିଥିବା ଟଙ୍କା ମଧ୍ୟ ଫେରିପାଇବାର ସମ୍ଭାବନା ରହିଛି।

ତୁଳା ରାଶି ପାଇଁ ମଧ୍ୟ ସୂର୍ଯ୍ୟ-ଶୁକ୍ରଙ୍କ ଯୁତି ଶୁଭ ଫଳ ଦେଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଚାକିରିଆମାନଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ନିଜ କାର୍ଯ୍ୟକୁଶଳତା ଦ୍ୱାରା କର୍ମକ୍ଷେତ୍ରରେ ନିଜର ସ୍ଥିତି ମଜବୁତ କରିବାର ସୁଯୋଗ ମିଳିପାରେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।