ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

Oct 31, 2026 - 13:17
ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ ଯେ, ଗ୍ରୁପ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ ଜିତି ନପାରି ଟୁର୍ନାମେଣ୍ଟରୁ ବାଦ ପଡ଼ିଛି ଟିମ ଇଣ୍ଡିଆ।

ଏହି ଟୁର୍ନାମେଣ୍ଟରେ ୧୨ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଥିଲା। ଭାରତୀୟ ଦଳ ପାକିସ୍ତାନ ଓ UAE ସହିତ ଗ୍ରୁପ-Cରେ ସ୍ଥାନ ପାଇଥିଲା। କିନ୍ତୁ ଏହି ଗ୍ରୁପରେ UAE ଶୀର୍ଷ ସ୍ଥାନ ହାସଲ କରି ଟୁର୍ନାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ୍‌ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟପଟେ ଭାରତ ଓ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିଥିଲେ।

ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତ ଅକ୍ଟୋବର ୩୧ ତାରିଖରେ UAE ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିଥିଲା। ଟୁର୍ନାମେଣ୍ଟରେ ଆଗକୁ ବଢ଼ିବାର ଆଶା ବଜାୟ ରଖିବାକୁ ଭାରତକୁ ଏହି ମ୍ୟାଚ ବଡ଼ ବ୍ୟବଧାନରେ ଜିତିବାର ଆବଶ୍ୟକତା ଥିଲା। କିନ୍ତୁ କ୍ରୁଣାଲ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ମ୍ୟାଚ ଜିତିବାରେ ବିଫଳ ହୋଇଥିଲା। UAE ଭାରତକୁ ୬ ଉଇକେଟ୍‌ରେ ପରାସ୍ତ କରିଥିଲା। ତାହା ପୁଣି ୧୦ଟି ବଲ ବାକି ଥାଇ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୬ ଓଭରରେ ୯୪ ରନ କରିଥିଲା। ଦଳକୁ ଭଲ ଆରମ୍ଭ ମିଳିନଥିଲା। ଓପନର୍‌ ନୀତିଶ ରାଣା, ରାହୁଲ ତେୱାତିଆ ଓ ଶଶାଙ୍କ ସିଂହ ଦୁଇ ଅଙ୍କର ରନ ମଧ୍ୟ ଛୁଇଁପାରିନଥିଲେ। ରାହୁଲ ତ୍ରିପାଠୀ ୭ଟି ବଲରେ ୨୪ ରନ ଏବଂ କ୍ରୁଣାଲ ପାଣ୍ଡ୍ୟା ୮ଟି ବଲ୍ରେ ଅପରାଜିତ ୧୫ ରନ କରିଥିଲେ। ତେବେ ଭାରତକୁ ୯୪ ରନରେ ପହଞ୍ଚାଇବାରେ ସବୁଠାରୁ ବଡ଼ ଭୂମିକା ନେଇଥିଲେ ଟି. ନଟରାଜନ। ବୋଲର୍‌ ହୋଇଥିଲେ ମଧ୍ୟ ସେ ମାତ୍ର ୧୪ଟି ବଲରେ ୩୮ ରନ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।