ସ୍କ୍ରବ୍ ଟାଇଫସ୍ ରେ ଜଣଙ୍କ ମୃତ୍ୟୁ ଅଭିଯୋଗ

Aug 29, 2026 - 12:03
ସ୍କ୍ରବ୍ ଟାଇଫସ୍ ରେ ଜଣଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୁଳ : ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ସାନବାଘଧରି ଗାଁରେ ବ୍ୟାପିଲା ସ୍କ୍ରବ୍ ଟାଇଫସ୍ ଭୟ । ଅନୁଗୁଳ ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ରେ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ଗାଁର ସୁମନ୍ତ ସେଠୀ । ପ୍ରାରମ୍ଭରେ ତାଙ୍କର ଜ୍ୱର, ମୁଣ୍ଡବିନ୍ଧା ଏବଂ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା ପରେ ଜଣାପଡ଼ିଥିଲା । ତାଙ୍କୁ ସଂକ୍ରମିତ ଚିଗର୍ ନାମ କୀଟ କାମୁଡ଼ିବା କାରଣରୁ ସ୍କ୍ରବ ଟାଇଫସ୍ ସଂକ୍ରମଣର ଶିକାର ହୋଇଥିଲେ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦଶରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ଗାଁରେ ପହଞ୍ଚିଲା ୫ ଜଣିଆ ବିଶେଷଜ୍ଞ ମେଡିକାଲ ଟିମ୍ । ସମସ୍ତ ଜ୍ୱର ପୀଡ଼ିତଙ୍କ ରକ୍ତ ନମୁନା ସଂଗ୍ରହ ସହ ଚାଲିଛି ଯାଞ୍ଚ ।

ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ଯେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪ରୁ ୫ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସଠିକ୍ ଔଷଧ ଦିଆଯାଉଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।