09 OCTOBER 2026

Welcome!

Unlock your personalized experience.
Sign Up

ହାତପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ବିଧାୟକ: ଭଦ୍ରକରେ ଅଜବ ସ୍ଥିତି

Oct 08, 2026 - 08:20
ହାତପାଣ୍ଠି ଖର୍ଚ୍ଚ କରିପାରୁ ନାହାନ୍ତି ବିଧାୟକ: ଭଦ୍ରକରେ ଅଜବ ସ୍ଥିତି

ଭଦ୍ରକ(ହରିହର ନାୟକ): ୨୦୨୬-୨୭ ଆର୍ଥିକ ବର୍ଷର ୭ ମାସ ବିତିଗଲାଣି। ହେଲେ ଭଦ୍ରକ ଜିଲ୍ଲାର କୌଣସି ବିଧାୟକଙ୍କୁ ଏଯାଏଁ ହାତପାଣ୍ଠି ମିଳିନାହିଁ। ୨୦୨୫-୨୬ରେ ଦିଆଯାଇଥିବା ପାଣ୍ଠିର ଅତିକମ୍‌ରେ ୭୦ ପ୍ରତିଶତ ବିନିଯୋଗ ପ୍ରମାଣପତ୍ର ବା ୟୁସି ଦାଖଲ କରା ନଯିବା ଏହାର ପଛର କାରଣ ବୋଲି କୁହାଯାଉଛି।

Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’

ନିର୍ବାଚନମଣ୍ଡଳୀର ବିକାଶ ପାଇଁ ବିଧାୟକମାନଙ୍କୁ ବାର୍ଷିକ ୫ କୋଟି ଟଙ୍କାର ହାତପାଣ୍ଠି ମିଳିଥାଏ। ଭଦ୍ରକ ଜିଲ୍ଲାର ବିଧାୟକମାନଙ୍କୁ ମଧ୍ୟ ଏହି ପାଣ୍ଠି ମିଳୁଛି। ହେଲେ ସେମାନେ ତାକୁ ଖର୍ଚ୍ଚ କରୁ ନାହାନ୍ତି। ଏମ୍‌ଏଲ୍‌ଏ ଲ୍ୟାଡ୍‌ ପୋର୍ଟାଲ୍‌ ଅନୁଯାୟୀ; ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର କୌଣସି ବିଧାୟକ ୨୦୨୫-୨୬ ଆର୍ଥିକ ବର୍ଷରେ ମିଳିଥିବା ହାତପାଣ୍ଠିର ୭୦ ପ୍ରତିଶତ ବିନିଯୋଗ କରିପାରି ନାହାନ୍ତି। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ପ୍ରାୟ ୬୦ ଲକ୍ଷ, ବାସୁଦେବପୁର ବିଧାୟକ ଅଶୋକ ଦାସ ପ୍ରାୟ ୪୮ ଲକ୍ଷ ଏବଂ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୭ ଲକ୍ଷ ଟଙ୍କାର ୟୁସି ଦାଖଲ କରିଛନ୍ତି। ହାତପାଣ୍ଠି ବିନିଯୋଗରେ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସେ ମାତ୍ର ୫ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିଛନ୍ତି। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଅନ୍ୟମାନଙ୍କଠାରୁ ଆଗରେ ଅଛନ୍ତି। ସେ ସର୍ବାଧିକ ୨ କୋଟି ୧୬ ଲକ୍ଷ ଟଙ୍କାର ୟୁସି ଦାଖଲ କରିଥିବା ଜଣାପଡ଼ିଛି। 

Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି

ଗୋଟିଏପଟେ ବିଧାୟକମାନେ ହାତପାଣ୍ଠି ଖର୍ଚ୍ଚ ନ କରିବା ଫଳରେ ଆବଶ୍ୟକ ବିକାଶମୂଳକ କାମ ହୋଇପାରୁନି। ଅନ୍ୟପଟେ ଅନୁଦାନ ମାଗିଲେ କେତେକ ବିଧାୟକ କହୁଛନ୍ତି ଯେ ଅର୍ଥ ବିନିଯୋଗ ହୋଇସାରିଛି। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକମାନଙ୍କ ହାତପାଣ୍ଠି ଖର୍ଚ୍ଚ ବାବଦ ସବିଶେଷ ତଥ୍ୟ ଜାଣିବା ପାଇଁ ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଦୁର୍ଭାଗ୍ୟ; ବିଭାଗ ପକ୍ଷରୁ ମଧ୍ୟ ଏନେଇ କୌଣସି ଉତ୍ତର ମିଳିପାରିନି। ଉଲ୍ଲେଖ ଥାଉ କି ବିଧାୟକମାନେ ଯେଉଁ କିଛି ପ୍ରକଳ୍ପ ପାଇଁ ଅର୍ଥ ଦେଉଛନ୍ତି, ସେଗୁଡ଼ିକର କାମ ଠିକ୍‌ ଭାବେ ହେଉଛି କି ନାହିଁ ଏବଂ ନିର୍ଦ୍ଧାରିତ ସମୟରେ ସରୁଛି କି ନାହିଁ, ସେନେଇ ମଧ୍ୟ ତଦାରଖ କରାଯାଉ ନଥିବା ଅଭିଯୋଗ ଆସୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।