ହୀରାକୁଦ ର ଖୋଲିଲା ଆଉ ୩ ଗେଟ, ୧୦ ଗେଟ ଦେଇ ଜଳ ନିଷ୍କାସନ ଜାରି

Aug 18, 2026 - 12:00
ହୀରାକୁଦ ର ଖୋଲିଲା ଆଉ ୩ ଗେଟ, ୧୦ ଗେଟ ଦେଇ ଜଳ ନିଷ୍କାସନ ଜାରି

ସମ୍ୱଲପୁର : ହୀରାକୁଣ୍ଡରେ ଉପରମୁଣ୍ଡରେ ଜାରି ରହିଛି ବର୍ଷା। ଜଳଭଣ୍ଡାରରେ ଜଳ ପ୍ରବେଶ ବଢ଼ିବା ପରେ ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ବାମ ପାର୍ଶ୍ୱରେ ୭ଟି ଏବଂ ଡାହାଣ ପାର୍ଶ୍ୱରେ ୩ଟି ଗେଟ୍ ଖୋଲା ରହିଛି। ସକାଳ ୯ ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ୍ ରେକର୍ଡ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।