ୟୁପିଆଇ ମର୍ଚ୍ଚାଣ୍ଟ ଫି'ଲାଗୁ ତାରିଖ ଘୁଞ୍ଚିଲା
ନୂଆଦିଲ୍ଲୀ : ୟୁପିଆଇ ପେମେଣ୍ଟକୁ ନେଇ ଆସିଲା ବଡ଼ଖବର । ଦୀପାବଳି ପର୍ଯ୍ୟନ୍ତ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଏମଡିଆର ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଘୁଞ୍ଚାଇ ଦେଇଛି ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)। ଏନେଇ ଅକ୍ଟୋବର ୧୩ରେ ଜାରି ଏକ ପ୍ରେସ୍ ନୋଟ୍ରେ ସଂସ୍ଥା ଏହି ସୂଚନା ଦେଇଛି ।
ବ୍ୟବସାୟୀଙ୍କ ସହିତ ୟୁପିଆଇ କାରବାର (ପିଟୁଏମ – ବ୍ୟକ୍ତିରୁ ବ୍ୟବସାୟୀ) ଉପରେ ଏମଡିଆର (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ ) ଦୀପାବଳି ନଭେମ୍ବର ଦ୍ୱିତୀୟ ସପ୍ତାହରେ ଏହା ଲାଗୁ କରିବା ନେଇ ବିଚାର କରାଯାଇଥିବା ସୂଚନା । ଏନେଇ ଆଉଥରେ ଚୂଡାନ୍ତ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି ବୋଲି କୁହାଯାଇଛି । ପୂର୍ବରୁ ଅକ୍ଟୋବର ୧୫ ତାରିଖରୁ ଶୁଳ୍କ ଲାଗୁ ନେଇ ଘୋଷଣା ହୋଇଥିଲା ।
ଏନସିପିଆଇ ର ୟୁପିଆଇ ଓ ସର୍ଭିସେସ୍ ଷ୍ଟିୟରିଂ କମିଟି ବୈଠକରେ ଏମଡିଆର ଲାଗୁ କରିବା ସମ୍ପର୍କିତ ବିଭିନ୍ନ ଆହ୍ୱାନ ଉପରେ ଆଲୋଚନା ହୋଇଥିଲା । ଏହା ସହ ଚାଲିଥିବା ପାର୍ବଣ ଋତୁକୁ ମଧ୍ୟ ବିଚାରକୁ ନିଆଯାଇଥିଲା । ଏହି କାରଣରୁ ଗୁରୁବାରଠାରୁ ଲାଗୁ ହେବାକୁ ଥିବା ଏମଡିଆର ସମ୍ପର୍କିତ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ।
ସୂଚନାନୁସାରେ, ଏମଡିଆର ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ହେଉଛି ଡିଜିଟାଲ ପେମେଣ୍ଟ ଗ୍ରହଣ କରିବା ବେଳେ ବ୍ୟବସାୟୀଙ୍କଠାରୁ ନିଆଯାଉଥିବା ଶୁଳ୍କ । ଦୁଇ ହଜାର ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ ଶୁଳ୍କ ଲାଗୁ ନେଇ ଘୋଷଣା କରିଥିଲା ଏନସିପିଆଇ । ଡାକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।