+୨ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା

Aug 29, 2026 - 15:15
+୨ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା

ଭୁବନେଶ୍ୱର : +୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ଏଣିକି +୨ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା । ପରକ୍ଷାର୍ଥୀ ଥରେ ଇଣ୍ଟରନାଲ ପରୀକ୍ଷା ଦେଲେ ୩ବର୍ଷ ଯାଏଁ ମାର୍କ ବୈଧ ରହିବ । ତେବେ ତିନି ବର୍ଷ ମଧ୍ୟରେ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନ ହେଲେ ପୁଣିଥରେ ଇଣ୍ଟରନାଲ ପରୀକ୍ଷା ଦେବାକୁ ପଡ଼ିବ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)ର ସିଲାବସ କମିଟି ବୈଠକରେ ଏହି ନୂଆ ନିୟମକୁ ଅନୁମୋଦନ ମିଳିଛି।  ନିୟମଟି ୨୦୨୭ ମସିହାରୁ ଲାଗୁ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ନୂଆ ବ୍ୟବସ୍ଥା ଅନୁଯାୟୀ, ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ମଧ୍ୟ ଇଣ୍ଟରନାଲ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ କରାଯିବ। ଥରେ ଇଣ୍ଟରନାଲ ପରୀକ୍ଷା ଦେଇ ପାଇଥିବା ମାର୍କ ପରବର୍ତ୍ତୀ ତିନି ବର୍ଷ ପାଇଁ ବୈଧ ରହିବ। ଫଳରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ପ୍ରତିଥର ଇଣ୍ଟରନାଲ ପରୀକ୍ଷା ଦେବାର ଆବଶ୍ୟକତା ରହିବ ନାହିଁ।ତେବେ ଧାର୍ଯ୍ୟ ତିନି ବର୍ଷ ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ନ ହେଲେ ତାଙ୍କୁ ପୁଣିଥରେ ଇଣ୍ଟରନାଲ ପରୀକ୍ଷା ଦେବାକୁ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।