‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …
ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଗତ ୨୪ ବର୍ଷରେ ଯାହା ହୋଇପାରିନଥିଲା, ତାହା ଗତ ୨ ବର୍ଷ ମଧ୍ୟରେ ସରକାର କରି ଦେଖାଉଛି। ସରକାରଙ୍କ ଆଗାମୀ କାର୍ଯ୍ୟକାଳରେ ଯେଉଁସବୁ ପଦକ୍ଷେପ ନିଆଯିବ, ତାହା ବିରୋଧୀ ଦଳ କଳ୍ପନା ମଧ୍ୟ କରିନଥିବେ ବୋଲି ସେ ଦାବି କରିଛନ୍ତି।
ସରକାର ପ୍ରଶାସନିକ ସ୍ୱଚ୍ଛତା, ଜବାବଦେହିତା ଓ ଦୁର୍ନୀତିମୁକ୍ତ ଶାସନ ଉପରେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି। ନୂଆ ଲୋକାୟୁକ୍ତ ନିଯୁକ୍ତି ହେଲେ ଦୁର୍ନୀତି ନିରୋଧ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।
ରାଜ୍ୟରେ ସ୍ୱଚ୍ଛ ଓ ଦାୟିତ୍ୱବାନ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ଆଗକୁ ବଢ଼ୁଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।