୩ ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ୱ

Sep 08, 2026 - 11:55
୩ ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର ।  ୩ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି ।  ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ସାଧାରଣ ପ୍ରଶାସନ, ଖଣି ଏବଂ ସାମାଜିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏହି ପରିବର୍ତ୍ତନ ହୋଇଛି ।

ବିଜ୍ଞପ୍ତି ଅନୁସାରେ ୧୯୯୮ ବ୍ୟାଚ୍ IAS ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA & PG) ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଏଥିସହ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେ ପୂର୍ବରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ଥିଲେ। 

ସେହିପରି ୨୦୧୦ ବ୍ୟାଚ୍ ର IAS ସୁଧାଂଶୁ ମୋହନ ସାମଲଙ୍କୁ ଓଏମସି ଏମଡି ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ OMCର ପରିଚାଳନା ନିର୍ଦ୍ଦେଶକ ଥିବା ସହ କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନାଲ କମିଶନର (RDC) ଦାୟିତ୍ୱରେ ଅଛନ୍ତି। CMD ଦାୟିତ୍ୱ ସହ RDC କେନ୍ଦ୍ରାଞ୍ଚଳର ଅତିରିକ୍ତ ଦାୟିତ୍ୱ ମଧ୍ୟ ସେ ପୂର୍ବଭଳି ତୁଲାଇବେ।  ସାମଲ OMCର CMD ଭାବେ ଦାୟିତ୍ୱ ନେବା ଦିନଠାରୁ IAS  ଗିରିଶ ଏସ୍.ଏନ୍.ଙ୍କ OMC ଚେୟାରମ୍ୟାନ୍ ଭାବେ ଥିବା ଅତିରିକ୍ତ ଦାୟିତ୍ୱ ଶେଷ ହେବ।

ସେହିଭଳି,  ୨୦୧୦ ବ୍ୟାଚ୍ ର IAS  ଡା. ବୃନ୍ଦା ଡି.ଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (SSEPD) ବିଭାଗର କମିଶନର-କମ୍-ସଚିବ ଭାବେ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (NHM)ର ମିଶନ୍ ଡାଇରେକ୍ଟର ଥିବା ସହ ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟିର CEO ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।