୩ ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲ୍ଲାପାଳ

Aug 29, 2026 - 15:36
୩ ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲ୍ଲାପାଳ

କଟକ:  ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲ୍ଲାପାଳ । ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ଏବଂ  ବିଭିନ୍ନ କାମର ଅଗ୍ରଗତି ନେଇ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳଙ୍କୁ ହାଜର ହେବାକୁ ପଡ଼ିବ।

ଆଜି କୋର୍ଟରେ ପକ୍ଷ ରଖିଛନ୍ତି କଟକ ମହାନଗର ନିଗମ କମିଶନର। ଖୁବଶୀଘ୍ର ବିଜୁ ପଟ୍ଟନାୟକ ପାର୍କ ଆଲୋକୀକରଣ କାମ ଶେଷ ହେବ। ଅନ୍ୟାନ୍ୟ ମୌଳିକ ସୁବିଧା କାମ ସରିବ ବୋଲି କୋର୍ଟଙ୍କୁ ଅବଗତ କଲେ। ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗତ ୨୭ରେ ପାର୍କ ନିରୀକ୍ଷଣ କରିଥିଲେ ହାଇକୋର୍ଟର ୨ ବିଚାରପତି। ପାର୍କରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା ।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ହାଇକୋର୍ଟର ଦୁଇଜଣ ବିଚାରପତି ବିଜୁ ପଟ୍ଟନାୟକ ପାର୍କ ପରିଦର୍ଶନ କରି ସେଠାକାର ସ୍ଥିତି ଓ ଚାଲିଥିବା କାମର ଅନୁଧ୍ୟାନ କରିଥିଲେ । ପାର୍କରେ ଆଲୋକୀକରଣ ସମେତ ଅନ୍ୟାନ୍ୟ ମୌଳିକ ସୁବିଧାର ସ୍ଥିତି ନେଇ ଅଦାଲତ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।