କେନ୍ଦୀୟ ବିଦ୍ୟାଳୟରେ ମିଶିବ ଡ଼ିଏମ ସ୍କୁଲ
ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟ ସହିତ ମିଶିବ ଭୁବନେଶ୍ୱରରେ ଥିବା ଡ଼ିଏମ (ଡେମନଷ୍ଟ୍ରେସନ ମଲ୍ଟି ପର୍ପସ ) ସ୍କୁଲ । ସାରା ଦେଶରେ ଥିବା ଏନସିଆରଟି ଅଧୀନରେ ଥିବା ୪ଟି ସ୍କୁଲ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ସହ ମିଶିଯିବ । ୧୯୬୪ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକ ଙ୍କ ପ୍ରୟାସରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିଲା ଐତିହ୍ୟ ସମ୍ପନ୍ନ ଏହି ସ୍କୁଲ ଏବଂ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ସଂସ୍ଥାନର ଏକ ଅଭିନ୍ନ ଅଙ୍ଗ ପାଲଟିଥିଲା । ଶିକ୍ଷା ସହ ଗବେଷଣାର ପ୍ରାଣକେନ୍ଦ୍ର ପାଲଟିଥିଲା । ବର୍ତ୍ତମାନ ଏହା କେନ୍ଦ୍ରୀୟ ବିଦ୍ୟାଳୟ ସହ ମିଶିବା ପରେ, ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଏଠାରେ ଶିକ୍ଷାଦାନ କରାଯିବ।
ଏନ୍ସିଇଆରଟି ଦ୍ବାରା ପରିଚାଳିତ ଏହି ବିଦ୍ୟାଳୟରେ ପ୍ରାକ୍-ବିଦ୍ୟାଳୟ ତଥା ବାଲ୍ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି। ଯେଉଁଠି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ କମ୍ ମୂଲ୍ୟରେ ଶିକ୍ଷା ମିଳିପାରୁଛି। ବର୍ତ୍ତମାନ ଏହି ସ୍କୁଲକୁ କେଭିଏସ୍ରେ ମିଶ୍ରଣ କରାଯିବ। ଫଳରେ ବିଦ୍ୟାଳୟର ନାଁ ବଦଳି ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।