୪ ମାସରେ ପ୍ରସ୍ତୁତ କେକ୍

Aug 13, 2026 - 16:16
୪ ମାସରେ ପ୍ରସ୍ତୁତ କେକ୍

 

ପ୍ୟାରିସ୍ର ଓପେରା ଗାର୍ନିଏଠାରେ ଆୟୋଜିତ ଜଣେ ସାଉଦି ଦମ୍ପତିଙ୍କ ବିବାହ ପାଇଁ ଏକ ସ୍ମାରକୀ ସଦୃଶ ବିବାହ କେକ୍ ପ୍ରସ୍ତୁତ କରାଯାଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି କେକକୁ ତିଆରି କରିବା ପାଇଁ ସମ୍ପୂର୍ଣ୍ଣ ୪ ମାସ ସମୟ ଲାଗିଥିଲା । ସ୍ପେନ୍ର ପେଷ୍ଟ୍ରି ଶେଫ୍ ମାର୍କ ସୁଆରେଜ୍ ଏହି ୩.୫ ମିଟର ଉଚ୍ଚତା ବିଶିଷ୍ଟ ଏବଂ ପ୍ରାୟ ୫୦୦ କିଲୋଗ୍ରାମ ଓଜନର କେକ୍କୁ ପ୍ରସ୍ତୁତ କରିଛନ୍ତି । ଯାହାର କେବଳ ଡିଜାଇନ୍ ତିଆରି କରିବାରେ ପ୍ରାୟ ଦେଢ଼ ମାସ ସମୟ ବିତିଥିଲା । କେକ୍କୁ ଏକ ଐତିହାସିକ ସ୍ମାରକର ରୂପ ଦେବା ପାଇଁ ହାତରେ ୩୩ ହଜାର ଫୁଲ ପାଖୁଡ଼ି ତିଆରି କରି, ରଙ୍ଗ ଦେଇ ଗୋଟିଏ ଗୋଟିଏ କରି ଖଞ୍ଜା ଯାଇଥିଲା । ଏହି ବିଶାଳ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଶେଫ୍ ନିଜ ବନ୍ଧୁ ଓ ସେମାନଙ୍କ ପରିବାରର ସାହାଯ୍ୟ ନେଇଥିଲେ, ଯେଉଁଥିରେ ସମୁଦାୟ ପ୍ରାୟ ୧,୮୦୦ ଘଣ୍ଟା ସମୟ ଲାଗିଥିଲା । ଏହି କେକ୍ର ଅଧିକାଂଶ ଭାଗ ସୁଗାର୍ ପେଷ୍ଟ ଏବଂ ହ୍ୱାଇଟ୍ ଚାକୋଲେଟ୍ରେ ତିଆରି ହୋଇଥିବାରୁ ଏଥିରେ ଖାଇବା ଉପଯୋଗୀ ଅଂଶ ଖୁବ୍ କମ୍ ଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।