୮୦ ବର୍ଷରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ, ତିହାର ଜେଲରେ ଭୋଗୁଥିଲେ ଆଜୀବନ କାରାଦଣ୍ଡ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ସାଂସଦ ସଜ୍ଜନ କୁମାରଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଗୁରୁବାର ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସଜ୍ଜନ କୁମାର ଆଉଟର ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୪ର ଶିଖ ବିରୋଧୀ ଦଙ୍ଗା ସମ୍ପର୍କିତ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିଲେ। ୨୦୧୮ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ଏକ ଦଙ୍ଗା ମାମଲାରେ ତାଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ। ୧୯୮୪ ଦଙ୍ଗା ସମୟରେ ହିଂସାକୁ ପ୍ରୋତ୍ସାହନ ଦେବା ଓ ଲୋକଙ୍କ ମୃତ୍ୟୁ ସହ ଜଡ଼ିତ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଚାଲିଥିଲା। ତେବେ ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ଦଙ୍ଗା ଉସୁକାଇବା ସମ୍ପର୍କିତ ଅନ୍ୟ ଏକ ମାମଲାରେ ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଏକ ଦିଲ୍ଲୀ କୋର୍ଟ ଦୋଷମୁକ୍ତ କରିଥିଲେ। ତିହାର ଜେଲରେ ଆଜୀବନ ଦଣ୍ଡ ଭୋଗୁଥିବା ସମୟରେ ଅସୁସ୍ଥ ହୋଇ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।