ଅଶାନ୍ତ ଗଞ୍ଜାମ, ସୋରଡ଼ାରେ ଗଡ଼ିଲା ମୁଣ୍ଡ

Sep 28, 2026 - 12:58
ଅଶାନ୍ତ ଗଞ୍ଜାମ, ସୋରଡ଼ାରେ ଗଡ଼ିଲା ମୁଣ୍ଡ

ଗଞ୍ଜାମ : ଯୁବକଙ୍କୁ ମରଣାସ୍ତ୍ରରେ ହାଣି ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ  ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ୫୯ ନମ୍ବର ଜାତୀୟ ରାଜପଥର ତତାବାଲି ନିକଟରେ ସ୍ପଷ୍ଟ ଦିବାଲୋକରେ ୨ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ମିଳିଛି । ପ୍ରଥମେ ଯୁବକଙ୍କୁ ଗାଡ଼ିରେ ଧକ୍କା ଦେବା ପରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସୁରମଣୀ ଗାଁର କୃଷ୍ଣ ଗୌଡ଼, ଗୁରୁତର ରଜତ ବେହେରା। 
 
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଗଣେଶ ଭସାଣିକୁ ନେଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗତକାଲି କୃଷ୍ଣ ଓ ରଜତ ଏକ ମୋଟରସାଇକେଲରେ ଯାଉଥିବା ସମୟରେ ସାମ୍ନା ପଟୁ ଏକ ପିକଅପ୍ ଭ୍ୟାନ୍ ଆସି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ୨ ଜଣ ଗାଡ଼ିରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଧାରୁଆ ଖଣ୍ଡାରେ ସେମାନଙ୍କୁ ନିର୍ମମ ଭାବେ ହାଣିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଉଭୟଙ୍କୁ ବ୍ରହ୍ମପୁର ଏମ୍ କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ସୋରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି  ।
 
 
 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।