ଆଜି ଠାରୁ ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ

Oct 26, 2026 - 12:28
ଆଜି ଠାରୁ ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ

ପୁରୀ: ଆଜି ଠାରୁ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ । ଆଜି ସକାଳୁ ସକାଳୁ ପୁରୀରେ ୩ଟି ହବିଷ୍ୟାଳି କେନ୍ଦ୍ରରେ ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି । ବ୍ରତଧାରୀମାନେ ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସଂକଳ୍ପ କରି ବ୍ରତ ଆରମ୍ଭ କରିଛନ୍ତି । ଚଉରା ମୂଳେ ରାଇଦାମୋଦର ପୂଜା କରୁଛନ୍ତି ହବିଷ୍ୟାଳି । ଏକ ମାସ ପର୍ଯ୍ୟନ୍ତ ବ୍ରତ ପାଳନ କରାଯିବ । ସରକାରଙ୍କ ପକ୍ଷରୁ ୩ଟି ହବିଷ୍ୟାଳି କେନ୍ଦ୍ରରେ ପରେ ୨୫ ଶହ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି  ।
 
ବ୍ରତଧାରୀଙ୍କ ଲାଗି ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ସମସ୍ତ ସୁବିଧା ଯୋଗାଇ ଦେଉଛି ପ୍ରଶାସନ । ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗନ୍ନାଥ ଦର୍ଶନ ଏବଂ ମହାପ୍ରସାଦର ବ୍ୟବସ୍ଥା କରାଯାଇଛି । ଏକ ମାସ ଧରି ଚଳ ଚଞ୍ଚଳ ହୋଇଉଠିବ ବିଭିନ୍ନ ହବିଷ୍ୟାଳି କେନ୍ଦ୍ର । ରାଜ୍ୟସରକାରଙ୍କ ହବିଷ୍ୟାଳି ଯୋଜନାରେ ସମିଲ ହୋଇ ବେଶ ଖୁସିବ୍ୟକ୍ତ କରିଛନ୍ତି ହବିଷ୍ୟାଳି । ପ୍ରତେକ ଦିନ ହବିଷ୍ୟାଳି କେନ୍ଦ୍ରରେ ଭଜନ କୀର୍ତନ ଓ ମହାପ୍ରସାଦ ସେବନ କରିବେ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।