ଏସଆଇଆର ଆବଶ୍ୟକ ଓ ଗଠନମୂଳକ - ମୁଖ୍ୟମନ୍ତ୍ରୀ

Oct 12, 2026 - 12:22
ଏସଆଇଆର ଆବଶ୍ୟକ ଓ ଗଠନମୂଳକ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତ ନିର୍ବାଚନ କମିଶନ (ECI) ଦ୍ୱାରା କରାଯାଉଥିବା ଭୋଟର ତାଲିକା ସଂଶୋଧନ ବା ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନ (SIR) ପ୍ରକ୍ରିୟାକୁ ଏକ ଆବଶ୍ୟକ, ସ୍ୱଚ୍ଛ ଏବଂ ଗଠନମୂଳକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ଚାଲୁଥିବା ସିଜେପି ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବଡ଼ ପ୍ରତିକ୍ରିୟା । ଏସଆଇଆରକୁ ସମର୍ଥନ କରି ନିଜ ସୋସିଆଲ ମିଡ଼ିଆ ଏକ୍ସ ରେ ଏହି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ଏହି ପ୍ରକ୍ରିୟାକୁ ନେଇ କରୁଥିବା ଆରୋପ ଓ ଅସନ୍ତୋଷକୁ ଖଣ୍ଡନ କରି ସେ ନିଜର ମତ ରଖିଛନ୍ତି‌ ।

ମୁଖ୍ୟମନ୍ତ୍ରୀ କହିଛନ୍ତି , ପ୍ରାୟ ୨୫ ବର୍ଷ ପରେ ରାଜ୍ୟରେ ଏହିପରି ଏକ ବୃହତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କରାଯାଉଛି। ଏହା ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏବଂ ଅତ୍ୟନ୍ତ ସ୍ୱଚ୍ଛ ଅଟେ । ଏହି ବ୍ୟବସ୍ଥାରେ ଭୋଟରମାନଙ୍କ ସୁରକ୍ଷା ପାଇଁ ଅନେକ ନିରାପତ୍ତା ବ୍ୟବସ୍ଥା ରହିଛି, ଯାହାଦ୍ୱାରା କୌଣସି ବୈଧ ଭୋଟର ନିଜର ଅଧିକାରରୁ ବଞ୍ଚିତ ହେବେ ନାହିଁ ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।