କୋଚିଂ ସେଣ୍ଟରରେ ଛୁରା ମାଡ଼
ସମ୍ବଲପୁର : କୋଚିଂ ସେଣ୍ଟରରେ ଛୁରା ମାଡ଼ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ଏକ ଘରୋଇ କୋଚିଂ ସେଣ୍ଟରରେ ଜଣେ ଯୁକ୍ତ ଦୁଇ (+୨) ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଛୁରାମାଡ଼ କରାଯାଇଛି । ଆହତ ଛାତ୍ର ହେଲେ ପ୍ରଭାସରାଜ ସାହୁ । ତାଙ୍କ ଘର ଦେବଗଡ଼ ଜିଲ୍ଲା ରେଙ୍ଗାଲବେଡ଼ା ଅଞ୍ଚଳର। ଆଜି ସକାଳେ କୋଚିଂସେଣ୍ଟର ବାହାରେ ୨ଛାତ୍ରଙ୍କ ମଧ୍ୟରେ ବଚସା ହେବାରୁ ପ୍ରଭାସଙ୍କୁ ଅନ୍ୟ ଜଣେ +୨ ଛାତ୍ର ଛୁରାମାଡ଼ କରିଥିବା ସୂଚନା ମିଳିଛି । ଗୁରୁତର ଛାତ୍ରଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରର ପିଠିରେ ଗଭୀର ଆଘାତ ଲାଗିଛି । ଆହତ ଛାତ୍ର ଜଣକ ଉକ୍ତ କୋଚିଂ ସେଣ୍ଟର ହଷ୍ଟେଲରେ ରହି ପାଠ ପଢୁଥିଲେ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି କୁଚିଣ୍ଡା ପୋଲିସ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।