ଗଞ୍ଜାମରେ ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ

Oct 29, 2026 - 12:34
ଗଞ୍ଜାମରେ ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ

ଗଞ୍ଜାମରେ : ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ  । ଗଞ୍ଜାମର ସାନଖେମୁଣ୍ଡି ସମେତ ୪ଟି ସ୍ଥାନରୁ ଜଳବନ୍ଦୀ ଥିବା ଲୋକଙ୍କୁ ହେଲିକେପ୍ଟର ଯୋଗେ ସ୍ଥାନାନ୍ତର କରାଯିବ । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ ୨୦୦୦ ଲୋକ ଜଳବନ୍ଦୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୨୦ଜଣଙ୍କୁ ଏୟାରଲିଫ୍ଟ କରାଯିବ  । କୋଷ୍ଟଗାର୍ଡଙ୍କୁ ସହ ଆଲୋଚନା ପରେ ଜଳବନ୍ଦୀ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି  । ବାତ୍ୟା ଅର୍ଣ୍ଣବ ଯୋଗୁଁ ଗଞ୍ଜାମ ପାତ୍ରପୁର ସର୍ବାଧିକ ୫୪୬ମି.ମି ବର୍ଷ ରେକର୍ଡ ହୋଇଛି  ।

ସୂଚନାନୁସାରେ, ଗଞ୍ଜାମ  ଜିଲ୍ଲାର ସାନଖେମୁଣ୍ଡି, ଆସିକା, ଧରାକୋଟ ଏବଂ ସୋରଡ଼ା ଆଦି ବ୍ଲକର ଅନେକ ଗ୍ରାମ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ପାଖାପାଖି ୨,୦୦୦ ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । 

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା ଅନୁଯାୟୀ, କୋଷ୍ଟଗାର୍ଡ (ତଟରକ୍ଷୀ ବାହିନୀ) ସହ ସମନ୍ୱୟ ରକ୍ଷା କରି ପ୍ରାଥମିକ ପର୍ଯ୍ୟାୟରେ ଅତି ଗମ୍ଭୀର ସ୍ଥିତିରେ ଥିବା ପ୍ରାୟ ୧୨୦ ଜଣ ଲୋକଙ୍କୁ ହେଲିକପ୍ଟର ସାହାଯ୍ୟରେ ଏୟାରଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ଅଣାଯିବ ।

ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ,ସାନଖେମୁଣ୍ଡି ବ୍ଲକର ସିନ୍ଦୁରପଲ୍ଲୀ ଏବଂ ମୁଣ୍ଡମରାଇ ଭଳି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ଗ୍ରାମଗୁଡ଼ିକରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହି ଏୟାର-ରେସକ୍ୟୁ ଅପରେସନ ପ୍ରସ୍ତୁତ କରାଯାଇଛି । ଏୟାରଲିଫ୍ଟ ବ୍ୟତୀତ ପ୍ରଭାବିତ ଅଞ୍ଚଳରେ ODRAF, NDRF ଏବଂ ଅଗ୍ନିଶମ ବାହିନୀର ପ୍ରାୟ ୧୫ରୁ ଅଧିକ ଅତିରିକ୍ତ ଦଳ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।