ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ, ୭୦ ଜୁଆଡିଙ୍କ ସହ ବିପୁଳ ଅର୍ଥ ଜବତ
ଗଜପତି: ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା । ଜୁଆ ଆଡ୍ଡାରେ ପୋଲିସର ଚଢ଼ଉ ,୭୦ ଜୁଆଡି ଗିରଫ । ଦେବୀତି ଗ୍ରାମସ୍ଥିତ ଜୟ ମାତା ଦି ଫଙ୍କସନ୍ ହଲରେ କ୍ୟାସିନୋ ଷ୍ଟାଇଲ ରେ ଚାଲିଥିଲା ବଡ଼ ଧରଣର ଜୁଆ ଖେଳ । ସେଠାରୁ ଜୁଆଡିଙ୍କ ସହ ୧୨ଲକ୍ଷ ଟଙ୍କା, ୯ଟି କାର, ୧୫ ବାଇକ ଓ ୬୦ ମୋବାଇଲ ଫୋନ୍ ଜବତ କରିଛି ପୋଲିସ ।
ଗିରଫ ଜୁଆଡିଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ବହୁ ବ୍ୟବସାୟୀ ଓ ସରକାରୀ କର୍ମଚାରୀ ଥିବା ଜଣାପଡିଛି । ତେବେ ଚଢ଼ଉ ବେଳେ କିଛି ପ୍ଲାଷ୍ଟିକ ଟୋକନ ମଧ୍ୟ ଜବତ କରିଛି ପୋଲିସ । ଯାହା ଉପରେ କିଛି ସଂଖ୍ୟା ଲେଖାଥିବା ଦେଖିବାକୁ ମିଳିଛି । ଏହି ଟୋକେନ କେଉଁ ଭଳି ବ୍ୟବହାର ହେଉଛି ସେନେଇ ତଦନ୍ତ ଜାରି ରହିଥିବା ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।