ଟାଙ୍ଗୀ ବିଦ୍ୟୁତ ଆଘାତରେ ବାପା- ପୁଅଙ୍କ ମୃତ୍ୟୁ

Oct 31, 2026 - 11:41
ଟାଙ୍ଗୀ  ବିଦ୍ୟୁତ ଆଘାତରେ ବାପା- ପୁଅଙ୍କ ମୃତ୍ୟୁ

ଟାଙ୍ଗୀ: ବିଦ୍ୟୁତ ଆଘାତରେ ବାପା ଓ ପୁଅଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ହେଲେ ହରିପୁର ଗ୍ରାମର ରବୀନ୍ଦ୍ର ଗୁରୁ ଏବଂ ତାଙ୍କ ପୁଅ ପବିତ୍ର ଗୁରୁ । ଜମିରେ କାମ କରୁଥିବାବେଳେ ଏହି ଅଘଟନର ଶିକାର ହୋଇଛନ୍ତି ବାପା-ପୁଅ । 

ସୂଚନାନୁସାରେ , ଗତ ସନ୍ଧ୍ୟାରେ ରବୀନ୍ଦ୍ର ଗୁରୁ ଜଙ୍ଗଲୀ ଜନ୍ତୁଙ୍କ ଦାଉରୁ ନିଜ ଫସଲକୁ ରକ୍ଷା କରିବା ପାଇଁ ବିଲକୁ ଯାଇଥିଲେ । ସେଠାରେ ଅସାବଧାନତାବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ବାପାଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ପବିତ୍ର ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

 ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର  ଛାୟା ଖେଳିଯାଇଛି । ଖବର ପାଇ ନାଚୁଣୀ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାପା-ପୁଅଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଟାଙ୍ଗୀ ମେଡିକାଲକୁ ପଠାଇଛି । ବିଦ୍ୟୁତ୍ ତାର ବିଛାଯିବା ପଛର କାରଣ ଏବଂ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।