ଡାକ୍ତର ଖାନାରେ ବିବାହ ପଞ୍ଜିକରଣ
ଚୀନ୍ରେ ବର୍ତ୍ତମାନ ବିବାହ ପ୍ରମାଣପତ୍ର ପାଇବା ପାଇଁ ଦମ୍ପତିଙ୍କୁ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁନାହିଁ । ଏଠାରେ ବର୍ତ୍ତମାନ ବ୍ୟାଙ୍କ, ବିମାନବନ୍ଦର, ହସ୍ପିଟାଲ୍, ମନ୍ଦିର, ମେଟ୍ରୋ ଷ୍ଟେସନ୍ ଏବଂ ନାଇଟ୍ କ୍ଲବ୍ ଭଳି ସ୍ଥାନଗୁଡ଼ିକରେ ବିବାହ ପଞ୍ଜୀକରଣ ସେବା ମିଳୁଛି । ତିୟାନଜିନ୍ର ଏକ ବ୍ୟାଙ୍କ ଚୀନ୍ର ପ୍ରଥମ ବିବାହ ପଞ୍ଜୀକରଣ ସେବା ପ୍ରଦାନକାରୀ ବ୍ୟାଙ୍କ ପାଲଟିଥିବା ବେଳେ ଗୁଆଂଝୋ ବିମାନବନ୍ଦର, କେତେକ ମନ୍ଦିର ଓ ମେଟ୍ରୋ ଷ୍ଟେସନ୍ରେ ବିବାହ ସାର୍ଟିଫିକେଟ୍ ଦିଆଯାଉଛି । ଶାନ୍ଡୋଙ୍ଗ୍ର ଏକ ହସ୍ପିଟାଲ୍ରେ ଗତ ଅଗଷ୍ଟରୁ ବିବାହ ପଞ୍ଜୀକରଣ ସହ ପ୍ରାକ୍-ବିବାହ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରାକ୍-ଗର୍ଭଧାରଣ ପରାମର୍ଶ ମଧ୍ୟ ମିଳୁଛି । ଏଥିସହିତ ଶାଂଘାଇର ଏକ ନାଇଟ୍ କ୍ଲବ୍ ସିଭିଲ୍ ଆଫେୟାର୍ସ ବ୍ୟୁରୋ ସହ ମିଶି ଏହି ସେବା ଆରମ୍ଭ କରିଥିବା ବେଳେ ମଇ ମାସ ସୁଦ୍ଧା ସରକାରୀ କାର୍ଯ୍ୟାଳୟ ବାହାରେ ୫୦୦ରୁ ଅଧିକ ଏପରି ପଞ୍ଜୀକରଣ କେନ୍ଦ୍ର ଖୋଲିସାରିଛି । ଗତବର୍ଷ ଚୀନ୍ ବିବାହ ପଞ୍ଜୀକରଣ ନିୟମକୁ କୋହଳ କରିଥିଲେ ବି ଏବର୍ଷ ୩୨.୮ ଲକ୍ଷ ଦମ୍ପତି ପଞ୍ଜୀକରଣ କରିଛନ୍ତି, ଯାହା ଗତବର୍ଷର ଏହି ଅବଧି ତୁଳନାରେ ୭.୫% କମ୍ ଅଟେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।