ତତଲା ତାୱା ରେ ପିଟି ସ୍ତ୍ରୀ ହତ୍ୟା

Sep 24, 2026 - 12:54
ତତଲା ତାୱା ରେ ପିଟି ସ୍ତ୍ରୀ ହତ୍ୟା

ଭୁବନେଶ୍ୱର : ରାଜଧାନୀ ନୟାପଲ୍ଲୀ ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟ କର ଖବର । ନୃସଂସତା ର ସମସ୍ତ ସୀମା ଟପି ଗଲା ସ୍ୱାମୀ । ନିଜ ପତ୍ନୀଙ୍କୁ ତତଲା ତାୱାରେ ପିଟି ନିର୍ମମ ଭାବେ ହତ୍ୟା କରିଛି । ବୁଧୁବାର ସନ୍ଧ୍ୟାରେ ଭୁବନେଶ୍ୱରର ନୂଆପଲ୍ଲୀ ବ୍ରିଟ୍ କଲୋନୀ ଅଂଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ମୃତକ ହେଲେ ବନସ୍ମିତା ସ୍ୱାଇଁ (୨୬) ଏବଂ ଅଭିଯୁକ୍ତ ସ୍ୱାମୀଙ୍କ ସର୍ବେଶ୍ୱର ପ୍ରଧାନ (୨୮) । ଅଭିଯୁକ୍ତର ଘର କେନ୍ଦ୍ରାପଡା ରାଜନଗରରେ । ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ଉଭୟେ ପ୍ରେମ ବିବାହ କରିଥିଲେ । ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର ଗ୍ରିଲ୍ ଭାଙ୍ଗି ଅଭିଯୁକ୍ତ ସ୍ୱାମୀକୁ କାବୁ କରିବା ସହ ଅଟକ ରଖି ପଚରାଉଚରା ଚଳାଇଛି । 

ସୂଚନାନୁସରେ, ବୁଧୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ ଲୁହା ତାୱାରେ ସ୍ତ୍ରୀଙ୍କ ମୁଣ୍ଡକୁ ପିଟିଦେବାରୁ ସ୍ତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେମାନଙ୍କର ୪ ମାସର ଏକ ଶିଶୁକନ୍ୟା ଅଛି । ହତ୍ୟା ର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ନୟାପଲ୍ଲୀ ପୋଲିସ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।