ନନ୍ଦନକାନରେ ପିସିସିଏଫ

Sep 16, 2026 - 13:18
ନନ୍ଦନକାନରେ ପିସିସିଏଫ

ଭୁବନେଶ୍ୱର : ନନ୍ଦନକାନନରେ ସ୍ବତନ୍ତ୍ର କେୟାରରେ ଅଛନ୍ତି ୫ ଓରାଙ୍ଗଉଟାନ । ପିସିସିଏଫ ଓ୍ବାଇଲ୍ଡ ଲାଇଫ୍ ପକ୍ଷରୁ ଗଠନ ହୋଇଥିବା ଟେକ୍ନିକାଲ କମିଟି ନନ୍ଦନକାନନ ଯାଇ ଶିଶୁ ଲାଳନ ପାଳନ କେନ୍ଦ୍ର ପରିଦର୍ଶନ କରିଛନ୍ତି ପିସିସିଏଫ ପ୍ରେମ କୁମାର ଝା । ବୁଧବାର ସକାଳୁ ନନ୍ଦନକାନନର ଶିଶୁ ପାଳନ କେନ୍ଦ୍ରରେ ପହଞ୍ଚିଥିଲା ଏହି କମିଟି । ମଙ୍ଗଳବାର ଶିଶୁ ଲାଳନ ପାଳନ କେନ୍ଦ୍ର ଓ କ୍ୱାରେଣ୍ଟାଇନ୍ ଅଞ୍ଚଳ କମିଟି ପରିଦର୍ଶନ କରିଥିଲେ । ଓରଙ୍ଗଉଟାନଙ୍କୁ କେଉଁଭଳି ରଖାଯାଇଛି ଏବଂ ସେମାନଙ୍କର ପୋଷଣ ଆଦି କିପରି ରହିଛି ଯାଞ୍ଚ କରିଛି ଏହି ଟିମ୍ । ଆଜି ୫ ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଲୋଚନା କରି ସମସ୍ତ ତଥ୍ୟ ଓ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବ କମିଟି ।

ସେପଟେ, ବର୍ତ୍ତମାନ ସୁଦ୍ଧା ଧରାପଡ଼ି ନାହାନ୍ତି ଓରାଙ୍ଗଉଟାନ ତସ୍କର ଦୀଘା ର ହୋଟେଲ ମାଲିକ ବାପା-ପୁଅ। ୫ରୁ ୭ ଦିନ ମଧ୍ୟରେ ଖୁଲାସା ହେବା ନେଇ ବରିଷ୍ଠ ଅଧିକାରୀ କହିଥିବା ବେଳେ ଏପର୍ଯ୍ୟନ୍ତ ଏସଟିଏଫ ହାତ ଖାଲି । ଓଡ଼ିଶା, ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଏସଟିଏଫ ଟିମ୍ ଜୋରଦାର ତଦନ୍ତ ଚଳାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।